ନିର୍ବାଚନ ହାରିବା ପରଠୁ ରାଜ୍ୟରେ ବିଜେଡିରେ ଦଳକନ୍ଦଳ ବାରମ୍ବାର ଦେଖିବାକୁ ମିଳୁଛି । ଅସନ୍ତୋଷ ପ୍ରକାଶ କରୁ ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡିବାରେ ଲାଗିଛନ୍ତି । ଅନେକ ନେତା ଦଳ ଛାଡିଥିବା ବେଳେ ଗତକାଲି ବିଜେଡିରୁ ଇସ୍ତଫା ଦେଇଛନ୍ତି ବରୀର ପୂର୍ବତନ ବିଧାୟକ ସୁନନ୍ଦା ଦାସ । ବିଜେଡିରୁ ଇସ୍ତଫା ଦେବା ପରେ ସୁନନ୍ଦା ଦାସଙ୍କ ବିସ୍ଫୋରକ ବୟାନ ଦେଇ କହିଛନ୍ତି ନିର୍ବାଚନ ପାଇଁ ବିଜେଡିରେ ଅଫିସର ସିଧା ଡିଏସ୍ କୁଟ୍ଟେ ଓ ଆଶିଷ ସିଂହ ଟିକେଟ ବାଣ୍ଟୁଥିଲେ । ଟିକେଟ ପାଇଁ ଏହି ୨ ଅଧିକାରୀଙ୍କୁ ଦେଖା କରିବାକୁ କୁହାଯାଇଥିଲା । ମୁଁ ମଧ୍ୟ ସେମାନଙ୍କୁ ଟିକେଟ ପ୍ରସଙ୍ଗରେ ଦେଖା କରିଥିଲି । ସେ ଆଉ ମଧ୍ୟ କହିଛନ୍ତି ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ବିଜେଡି ପୁଣି ସରକାର କରିଥାନ୍ତା। ମାତ୍ର ଟିକେଟ ବାଣ୍ଟିବା ବେଳେ ସେମାନେ ସେପରି କଲେ ନାହିଁ। ମୋର ଟିକେଟ କାଟିବାକୁ ପରେ ପାଣ୍ଡିଆନ ଡାକିଥିଲେ, ନବୀନ ନିବାସ ଯାଇଥିଲି । ମୁଁ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇଲିନି ବୋଲି ଟିକେଟ କଟିଲା ବୋଲି ସେ କହିଥିଲେ । ପ୍ରଭୁ ଜଗନ୍ନାଥ ବିଚାର କରିବେ ବୋଲି ସେତେବେଳେ କହିଥିଲି। ପ୍ରଭୁ ଜଗନ୍ନାଥ ଠିକ୍ ବିଚାର କରିଛନ୍ତି । ତେବେ ମନମୁଖୀ ଶାସନ, ମନଇଛା ଟିକେଟ କାଟିବା ଓ ନେତାଙ୍କୁ ଅଣଦେଖାରୁ ବିଜେଡିରୁ ଦଳ ହାରିଲା ବୋଲି କହିଛନ୍ତି ସୁନନ୍ଦା । ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ସୁନନ୍ଦାଙ୍କଠାରୁ ସେ ସମୟରେ ବିଜେପିର ପ୍ରାର୍ଥୀ ଥିବା ବିଶ୍ୱରଞ୍ଜନ ମଲ୍ଲିକ ୪ ହଜାର ଭୋଟରେ ହାରିଥିଲେ । ତଥାପି ୨୦୨୪ରେ ଦଳ ତାଙ୍କୁ ଆଉ ଭରସା କରି ନ ଥିଲା । ତାଙ୍କ ବଦଳରେ ବିଜେପି ଛାଡି ଯୋଗ ଦେଇଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ୍ ଦଳ ଟିକେଟ୍ ଦେଇଥିଲା । ଆଉ ବିଶ୍ୱରଞ୍ଜନ ବିଜୟୀ ମଧ୍ୟ ହୋଇଥିଲେ । ଏହାକୁ ନେଇ ସୁନନ୍ଦା ସେତେବେଳଠାରୁ ଅସନ୍ତୁଷ୍ଠ ଥିଲେ। ତେବେ ଗତ ୫ ମାସ ହେବ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ସୁନନ୍ଦା ଦାସ । ବିଜେଡିରେ ସୁନନ୍ଦା ନିଜକୁ ଅସହଜ ମଣିଥିଲେ । ଆଉ ଆଜି ସେ ନିଜ ଦଳରୁ ଇସ୍ତଫା ଦେଇଛନ୍ତି । ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ର ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରି ଦଳ ଛାଡିଥିବା ନେଇ ସୂଚନା ମିଳିଛି । Post navigation ଓଡ଼ିଶାରେ କମିଲା ପେଟ୍ରୋଲ ଓ ଡିଜେଲ ଦର; ଜାଣନ୍ତୁ କେଉଁ ଜିଲ୍ଲାବାସୀ ପାଇବେ ଏହାର ଲାଭ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୟୂରଭଞ୍ଜ ପଛୁଆ; ଜିଲ୍ଲାର ୮୪୩ ଅଫିସରଙ୍କ ଦରମା ବନ୍ଦ