ଆସନ୍ତା ଡ଼ିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଡ଼ିସେମ୍ବର ମାସ ୨୪ରୁ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ଏଥି ପାଇଁ ୧୫ତାରିଖରୁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ୧୫ରୁ ୧୭ ତାରିଖ ଯାଏଁ ଚାଲିବ କଳାକାର ଚୟନ ପ୍ରକ୍ରିୟା। ୧୫, ୧୬ ତାରିଖରେ ବିଭିନ୍ନ ଚରିତ୍ର ପାଇଁ ଚୟନ ପ୍ରକିୟା କରାଯିବାକୁ ଥିବା ବେଳେ ୧୭ ତାରିଖରେ କଂସ ଚରିତ୍ର ପାଇଁ ଚୟନ ପ୍ରକିୟା ହେବ ବୋଲି ଧନୁଯାତ୍ରା କମିଟି ପକ୍ଷରୁ ଘୋଷଣା କରାଯାଇଛି। ସୂଚନା ଯୋଗ୍ୟ; ଦୀର୍ଘ ୩ଦିନ ଧରି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଚୟନ ଅନୁଷ୍ଠିତ ହେବ । ଆବେଦନକର୍ତ୍ତା ନିଜ ଭୂମିକା ପାଇଁ ଉଦ୍ଦିଷ୍ଟ ତାରିଖରେ ପୂର୍ବାହ୍ନ ୯ଟା ୩୦ ମିନିଟ୍ ସୁଦ୍ଧା ବିଜୁ ପଟ୍ଟନାୟକ ଟାଉନ ହଲରେ ପହଞ୍ଚିବା ପାଇଁ ଫୋନ୍ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ ସୂଚନା ଦେଇଛନ୍ତି । Post navigation Prathamastami: ଆଜି ପ୍ରଥମାଷ୍ଟମୀ; ପୋଢୁଆଁ ହେବେ ବଡଠାକୁର Dharmendra Discharged: ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର; ଘରେ ହେବ ଚିକିତ୍ସା