ଭୁବନେଶ୍ବର ବାଲିପାଟଣା ଗୁଳିକାଣ୍ଡ ଘଟଣାରେ ଟ୍ବିଷ୍ଟ । କୌଣସି ଦୁର୍ବୃତ୍ତ ବାଇକରେ ଆସି ନଥିଲେ କି ଗୁଳି ମାରି ନଥିଲେ । ନିଜେ ନିଜକୁ ଗୁଳି କରିଥିଲା ଜେଲ୍ ଫେରନ୍ତା ଅଭିଯୁକ୍ତ । କୌଣସି ଦୁର୍ବୃତ୍ତ ବାଇକରେ ଆସି ନଥିଲେ କି ଗୁଳି ମାରି ନଥିଲେ । ନିଜେ ନିଜକୁ ଗୁଳି ମାରିବା ପରେ ଦୁର୍ବୃତ୍ତ ଗୁଳି ମାରିଥିବାର ନାଟକ କରିଥିଲେ ପୀଡ଼ିତ ଦୀପ୍ତି ରଞ୍ଜନ ମହାପାତ୍ର । ୨୦୨୪ରେ ଏକ ଦୁଷ୍କର୍ମ ମାମଲାରେ ଜେଲ୍ ଯାଇ ଫେରିଥିଲା । ଦୁଷ୍କର୍ମ ପୀଡ଼ିତା ପରିବାରକୁ ଫସାଇବାକୁ ଉଦ୍ୟମ କରି ଫସିଥିଲା ଅଭିଯୁକ୍ତ। ବନ୍ଧୁକ ଯୋଗାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ୍ ଅଟକ ରଖିଛି। ଗୁଳି ଫୁଟିଥିବା ବନ୍ଧୁକକୁ ଜବତ କରିବାକୁ ଉଦ୍ୟମ ଜାରି ରହିଛି। ତେବେ ଫସାଇବାକୁ ଯାଇ ଫସିଥିବା ଯୁବକ କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ; ୨୦୨୪ ମସିହାରେ ଏକ ଦୁଷ୍କର୍ମ ମାମଲାରେ ଜେଲ ଫେରନ୍ତା ଦୀପ୍ତି ରଚିଥିବା ଷଡ଼ଯନ୍ତ୍ର ଯାହର ପର୍ଦାଫାଶ କରିଛି କମିସନରେଟ ପୋଲିସ । ଗୁଳି ମାଡ ଘଟଣାରେ ଦୁଷ୍କର୍ମ ପୀଡିତାଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଦୀପ୍ତି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ କରିବା ପରେ ଗୁଳିକାଣ୍ଡ ଘଟଣାର ସତ ସାମ୍ନାକୁ ଆସିଛି । ପୀଡିତାଙ୍କ ଘର ଆଗରେ ଛିଡା ହୋଇ ନିଜ ହାତକୁ ନିଜକୁ ଗୁଳି ଚଳାଇଥିଲା । ଆହତ ଦୀପ୍ତିଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପରେ ତାଙ୍କୁ ଗିରଫ କରାଯିବ । ବନ୍ଧୁକ ଯୋଗାଇଥିବା ତୃତୀୟ ବ୍ୟକ୍ତି ଅମରେଶ ପ୍ରଧାନ ଓରଫ ବାଙ୍ଗୁରୁ ଗିରଫ କରଯାଇଛି । Post navigation ଫସଲ ଉଜାଡି ଦେଲା ଅଦିନିଆ ବର୍ଷା: ପନିପରିବା ଚାଷ ନଷ୍ଟ; ଚିନ୍ତାରେ ଚାଷୀ ରାଜ୍ୟରେ ଉଦଘାଟିତ ହେଲା ‘ଖେଲୋ ଇଣ୍ଡିଆ’ ସେଣ୍ଟର