ନେପାଳର ନୂଆ ପ୍ରଧାନମନ୍ତ୍ରୀ ହେଲେ ରାପର୍-ଇଞ୍ଜିନିୟରରୁ ରାଜନେତା ପାଲଟିଥିବା ବାଲେନ୍ଦ୍ର ଶାହ ‘ବାଲେନ୍‘ । ୩୫ ବର୍ଷ ବୟସରେ ୪୭ତମ ପ୍ରଧାନମନ୍ତ୍ରୀ ଭାବରେ ଆଜି ସେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମ ଚନ୍ଦ୍ର ପାଉଡେଲଙ୍କ ଉପସ୍ଥିତିରେ ଶୀତଲ ନିବାସରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ବାଲେନଙ୍କ ଶପଥ ଗ୍ରହଣ ଉତ୍ସବରେ ହିନ୍ଦୁ ଏବଂ ବୌଦ୍ଧ ଧାର୍ମିକ ପରମ୍ପରାର ଏକ ଅନନ୍ୟ ମିଶ୍ରଣ ଦେଖିବାକୁ ମିଳିଛି । ଏଥିରେ ୭ ଜଣ ବ୍ରାହ୍ମଣଙ୍କ ଦ୍ୱାରା ଶଙ୍ଖନାଦ, ୧୦୮ ଜଣ ଯୁବ ବ୍ରାହ୍ମଣଙ୍କ ଦ୍ୱାରା ବୈଦିକ ସ୍ତୁତି ପାଠ ଏବଂ ୧୦୭ ଜଣ ଲାମାଙ୍କ ଦ୍ୱାରା ବୌଦ୍ଧ ଶାସ୍ତ୍ର ପାଠ କରାଯାଇଥିଲା । ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ବାଲେନ୍ଦ୍ର ଶାହଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି । କାଠମାଣ୍ଡୁର ପୂର୍ବତନ ମେୟର ବାଲେନ ଶାହ ନେପାଳର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଯିଏକି ଶୀର୍ଷ କାର୍ଯ୍ୟନିର୍ବାହୀ ପଦବୀରେ ଅଛନ୍ତି । ସେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (RSP)ର ନେତା ହେବା ସହ ପୂର୍ବତନ ମେୟର ମଧ୍ୟ ଥିଲେ । ବାଲେନ୍ ଶାହ ସେପ୍ଟେମ୍ବରରେ ‘ଜେନ୍ ଜି’ ଆନ୍ଦୋଳନ ପରେ ଦେଶର ସବୁଠୁ ଚର୍ଚ୍ଚିତ ଚେହେରା ପାଲଟିଥିଲେ । ବାଲେନ୍ ଝାପା-୫ ନିର୍ବାଚନମଣ୍ଡଳୀରେ ଚାରିଥର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ୨୭୫ ଆସନରୁ ୧୮୨ଟି ଜିତି ବଡ଼ ବ୍ୟବଧାନରେ ପରାସ୍ତ କରିଥିଲେ । Post navigation Rupee Hits Record Low Past Dollar: ଡଲାର ତୁଳନାରେ ଦୁର୍ବଳ ହେଲା ଭାରତୀୟ ଟଙ୍କା; ୯୪ ଟଙ୍କା ହେଲା ୧ ଡଲାରର ମୂଲ୍ୟ