balanga-victims-death-father-says-daughter-ended-life-due-to-mental-stress
ମାନସିକ ଚିନ୍ତା ଯୋଗୁଁ ଝିଅ ଜୀବନ ହାରିଥିବା କହିଛନ୍ତି ବଳଙ୍ଗା ପୀଡିତାଙ୍କ ବାପା । ସରକାର ଯାହା ସହଯୋଗ କରିବା କଥା କରିଛନ୍ତି । ଝିଅର ମୃତ୍ୟୁକୁ ନେଇ ରାଜନୀତି ନକରିବାକୁ ସେ ଅନୁରୋଧ କରିଛନ୍ତି । ଝିଅର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ସେ କହିଛନ୍ତି ।
 
କହିରଖୁଛୁ ଯେ, ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସାର ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିଲେ । ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର ଠାରୁ ଦିଲ୍ଲୀ ବର୍ଣ୍ଣ ୟୁନିଟ୍‌ର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିଲେ ।
 
ପୋଲିସ ପକ୍ଷରୁ ନିଷ୍ଠାର ସହ ତଦନ୍ତ କରାଯାଇଥିବା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ, ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି

By Nirvay

Leave a Reply

Your email address will not be published. Required fields are marked *