ଆସାମ ଓ ତାମିଲନାଡୁ ପାଇଁ ନିର୍ବାଚନ ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି । ଆସାମ ପାଇଁ ବୈଜୟନ୍ତ ପଣ୍ଡା ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି।  ସେହିପରି ଜମ୍ମୁ କାଶ୍ମୀର ବିରୋଧୀ ଦଳ ନେତା ସୁନୀଲ କୁମାର ଶର୍ମା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦର୍ଶନ ବେନ ଜର୍ରଦ୍ଦୋଶ ସହପ୍ରଭାରୀ ହୋଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ନିଯୁକ୍ତି ଦେଇଛନ୍ତି ।

୨୦୨୧ ବିଧାନସଭା ନିର୍ବାଚନରେ ମଧ୍ୟ ବୈଜୟନ୍ତଙ୍କୁ ଦଳ ଆସାମ ଦାୟିତ୍ୱ ଦେଇଥିଲା । ଉକ୍ତ ନିର୍ବାଚନରେ ବୈଜୟନ୍ତଙ୍କ ମାର୍ଗ ଦର୍ଶନରେ ଆସାମରେ ବିଜେପି ସରକାରକୁ ଆସିଥିଲା । ସେହିପରି ଦିଲ୍ଲୀ ବିଧାନସଭା ନିର୍ବାଚନରେ ମଧ୍ୟ ବୈଜୟନ୍ତ ବଡ଼ ଭୂମିକା ଗ୍ରହଣ କରିଥିଲେ । ସେଠାରେ ମଧ୍ୟ ଆମ୍ ଆଦମୀ ଦଳକୁ ହରାଇ ବିଜେପି ଶାସନ ଗାଦିରେ ବସିଥିଲା । ସେହିପରି ୨୦୨୪ ଲୋକସଭା ନିର୍ବାଚନରେ ବୈଜୟନ୍ତଙ୍କୁ ଉତ୍ତର ପ୍ରଦେଶର ମତଦାନ କେନ୍ଦ୍ରର ଦାୟିତ୍ୱ ମିଳିଥିଲା ।

ପୂର୍ବରୁ ତାମିଲନାଡ଼ୁ ଦାୟିତ୍ୱରେ ଥିବା ବୈଜୟନ୍ତଙ୍କ ସ୍ଥାନରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ତାମିଲନାଡ଼ୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ତାମିଲନାଡୁର ନିର୍ବାଚନ ପ୍ରଭାରୀ ଭାବରେ କାର୍ଯ୍ୟ କରିବେ, ଯେତେବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ସାଂସଦ ବୈଜୟନ୍ତ ପଣ୍ଡା ଆସାମ ପାଇଁ ନିର୍ବାଚନ ପ୍ରଭାରୀ ଭାବରେ ନେତୃତ୍ୱ ନେବେ।

Leave a Reply

Your email address will not be published. Required fields are marked *