Baijayant Panda Appointed Chairman Of Parliamentary Committee on Public Undertakings

ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପାର୍ଲିଆମେଣ୍ଟରୀ କମିଟି ଅନ ପବ୍ଲିକ ଅଣ୍ଡର ଟେକିଂସ (Parliamentary Committee on Public Undertakings) ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ।

ଏହି କମିଟିରେ ୧୫ ଜଣ ଲୋକସଭା ସାଂସଦ ଓ ୭ ଜଣ ରାଜ୍ୟସଭା ସଦସ୍ୟ ରହିଛନ୍ତି । ସରକାରଙ୍କ ଆର୍ଥିକ କାର୍ଯ୍ୟକଳାପ ଏବଂ ସରକାରୀ ଉଦ୍ୟୋଗ ଗୁଡ଼ିକର କାର୍ଯ୍ୟକଳାପ ଯାଞ୍ଚ କରିବ ଏହି କମିଟି ।

ବୈଜୟନ୍ତ ପଣ୍ଡା ପବ୍ଲିକ୍ ଅଣ୍ଡରଟେକିଂ କମିଟିର ନେତୃତ୍ୱ ନେଉଥିବା ବେଳେ ବିଜେପିର ସଞ୍ଜୟ ଜୟସ୍ୱାଲ ଆକଳନ କମିଟିର ନେତୃତ୍ୱ ନେବେ ।

By Nirvay

Leave a Reply

Your email address will not be published. Required fields are marked *