ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି । ବୈଜୟନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ । ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ଇଲେକ୍ସନ୍ ଇନଚାର୍ଜ ଦାୟିତ୍ବ ଦିଆଯାଇଛି ଓ ମୁରଲୀଧର ମୋହୋଲ ନିର୍ବାଚନ ସହ-ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ପୂର୍ବରୁ ଦିଲ୍ଲୀର ସଂଗଠନ ଓ ନିର୍ବାଚନ ଇନଚାର୍ଜ ଥିଲେ ବୈଜୟନ୍ତ । ଏହା ସହ ଆସାମ ଓ ୟୁପିରେ ସଂଗଠନ ଇନ୍ଚାର୍ଜ ଭାବେ ଦାୟିତ୍ବ ତୁଲାଇଥିଲେ ବୈଜୟନ୍ତ । ଏହା ସହ ଭୂପେନ୍ଦ୍ର ଯାଦବ ହେଲେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଭାରୀ । ଏହି ନିଯୁକ୍ତି ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି । ଏହା ବ୍ୟତୀତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସହ ପ୍ରଭାରୀ ଭାବେ ବିପ୍ଳବ କୁମାର ଦେବଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ବଡ ଦାୟିତ୍ୱ । ବିହାର ନିର୍ବାଚନ ପାଇଁ ତାଙ୍କୁ ପ୍ରଭାରୀ ନିଯୁକ୍ତି କରିଛି ଦଳ ବିଜେପି । ଏହା ବାଦ୍ ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ସିଆର ପାଟିଲଙ୍କୁ ମଧ୍ୟ ସହ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ଆସନ୍ତା ନଭେମ୍ବର ସୁଦ୍ଧା ହୋଇପାରେ ବିହାର ନିର୍ବାଚନ । ଏହା ସହ ଆସନ୍ତା ବର୍ଷ ମାର୍ଚ୍ଚ ବେଳକୁ ପଶ୍ଚିମବଙ୍ଗ ନିର୍ବାଚନ ଓ ଆସନ୍ତା ବର୍ଷ ଏପ୍ରିଲ-ମେ’ ବେଳକୁ ତାମିଲନାଡୁ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି ଜୋରଦାର କଲେଣି । Post navigation ଡବଲ୍ ଲଘୁଚାପ ବର୍ଷାରେ ଭିଜିବ ସାରା ଓଡ଼ିଶା ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ ଅଧୀନରେ ମହିଳା ସାମ୍ବାଦିକଙ୍କ ପାଇଁ କାଲି ଆୟୋଜିତ ହେବ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର