ରାଜା ଚକ୍ରଙ୍କ ଘର ରେଡ୍ ଘଟଣାରେ ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ରଙ୍କ ତେର୍ଚ୍ଛା ବାଣ । ନାଁ ନନେଇ ରାଜା ଚକ୍ରଙ୍କୁ ଟାର୍ଗେଟ କରି ବଦ୍ରି କହିଛନ୍ତି କେନ୍ଦୁଝରରେ ଖଣିଜ ଲୁଟ୍ ହେଉଛି, ଦାଦାଗିରି ହେଉଛି, ଚାନ୍ଦା ଆଦାୟ କରୁଛନ୍ତି। ଏଭଳି ଅଭିଯୋଗ ହୋଇଆସୁଥିଲା। ତଦନ୍ତ ହେଉଛି । ଯେଉଁଠି ସେ ଟଙ୍କା, ଧନ ସମ୍ପତ୍ତି ରଖିଛନ୍ତି ସେଇଠୁ ବାହାରୁଛି । କେତେ ଦଳର ଲୋକ ଅଛନ୍ତି ସେମାନେ ଦଳ ଅପେକ୍ଷା ବେପାରକୁ ଗୁରୁତ୍ବ ଦେଉଥିଲେ । ସେହିପରି ଦଳରେ ବହୁତ ଲୋକ, କିଏ ଦଳ କାମ ତ ଆଉ କିଏ ବେପାର କରୁଛି । ବିଜେଡିକୁ ବ୍ୟବହାର କରି ଅର୍ଥ ଉପାର୍ଜନ ନା ନାହିଁ ତଦନ୍ତରୁ ଜଣାପଡ଼ିବ । Post navigation ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ବାତିଲ ପ୍ରସଙ୍ଗ: ନୟାଗଡ଼ରେ ବିଜେଡିର ଜୋରଦାର ପ୍ରତିବାଦ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: କିଟ୍ରେ NHRC ଟିମ୍