ଆସନ୍ତାକାଲି ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା ୨.୦। ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ଶୁଭାରମ୍ଭ । ଏ ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ ୨ ଆସନ୍ତାକାଲି ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଲଞ୍ଚ ହେବ, ଯାହାକୁ ଓଡ଼ିଶା କେବଳ ଗ୍ରହଣ କରିବ । ଯେହେତୁ ଓଡ଼ିଶାରେ ପୂର୍ବରୁ ଆୟୁଷ୍ମାନ ଯୋଜନା ଲାଗୁ ହୋଇନଥିଲା, ତେଣୁ ତାର ମୋଡାଲିଟି ବି ପ୍ରସ୍ତୁତ ହୋଇନାହିଁ । ଆମେ ଖୁବ୍ ଶୀଘ୍ର ମୋଡାଲିଟି ପ୍ରସ୍ତୁତ କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ଲାଗୁ କରିବୁ। ସାରା ଦେଶରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକ ଏହାର ସୁବିଧା ପାଇବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ କାର୍ଡ ଇସ୍ୟୁ କରାଯିବ । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଗୋଟିଏ କାର୍ଡରେ ରହିବ । ସ୍ଵାସ୍ଥ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଏହା ନିର୍ଦ୍ଦିଷ୍ଟ ଭାବରେ ୧ କୋଟି ପରିବାରର ପ୍ରାୟ ୩ କୋଟି ୫୦ ଲକ୍ଷ ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡ ମିଳିବ । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୬୭ ଲକ୍ଷ ପରିବାର ସାମିଲ ହେବାକୁ ଥିବା ବେଳେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ବଳକା ୩୩ ଲକ୍ଷ ପରିବାର ସ୍ବାସ୍ଥ୍ୟ ବୀମାରେ ସାମିଲ ହେବେ । ପୁରୁଣା ସ୍ବାସ୍ଥ୍ୟ କାର୍ଡରେ କେବଳ ୯୫୦ଟି ହସ୍ପିଟାଲ ସହ ଅନୁବନ୍ଧିତ ଥିଲା । ସାରା ଭାରତବର୍ଷରେ ଚାଲୁ ନଥିଲା । ନୂଆ ସ୍ବାସ୍ଥ୍ୟକାର୍ଡରେ ୨୭ ହଜାରରୁ ଅଧୂକ ହସ୍ପିଟାଲରେ କ୍ୟାସଲେସ ଚିକିତ୍ସା ଉପଲବ୍ଧ ହେବ । ଦାଦନ ଶ୍ରମିକ, ଯେଉଁମାନେ ରାଜ୍ୟ ବାହାରେ ରହି କାମ କରୁଛନ୍ତି ସେମାନେ ମଧ୍ୟ ଏହି ଆୟୁଷ୍ମାନ ଭାରତ- ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା କାର୍ଡରେ ଲାଭବାନ ହେବେ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । Post navigation ୫ଟି ଦୁର୍ନୀତିକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଧରାପଡ଼ିଯାଉଛି ବିଜଦର ହତାଶା ! ‘ଦାନା’ ପରୀକ୍ଷାରେ ଉତ୍ତୀର୍ଣ୍ଣ ମୋହନ