Axiom-4 mission launch postponed
ପୁଣି ଘୁଞ୍ଚିଲା ସ୍ପେଶ୍ ମିଶନ୍ ଆକ୍ସିଅମ୍-୪ ମିଶନ । ଫାଲକନ୍ 9 ଲଞ୍ଚ ଯାନକୁ ଯାଞ୍ଚ କରିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା । ପରୀକ୍ଷଣ ସମୟରେ ଲିକୁଇଡ ଅକ୍ସିଜେନ ଲିକେଜ ହେଉଥିବାର ଜଣା ପଡିଥିଲା ବୋଲି ଇସ୍ରୋ କହିଛି ।
 
ଜୁନ୍ ୧୦ ରେ ପୂର୍ବରୁ ମିଶନ ଆରମ୍ଭ ନେଇ ଘୋଷଣା କରାଯାଇଥିଲା । ତେବେ ଖରାପ ପାଣିପାଗ ପାଇଁ ଏହାକୁ ଜୁନ୍ ୧୧ କୁ ଘୁଞ୍ଚା ଯାଇଥିଲା । ବିଭିନ୍ନ କାରଣରୁ ଏହି ମିଶନକୁ ୪ ଥର ସ୍ଥଗିତ ରଖାଗଲାଣି ।
 
ଏହି ଅଭିଯାନ ଆକ୍ସିଅମ୍ ସ୍ପେସ, ନାସା, ସ୍ପେସ ଏକ୍ସ ଓ ଇସ୍ରୋର ମିଳିତ ପ୍ରୟାସ । ଏହି ଅଭିଯାନରେ ଭାରତର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ସମେତ ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ମହାକାଶଚାରୀ ଇଣ୍ଟରନ୍ୟାସନାଲ୍ ସ୍ପେଶ୍ ଷ୍ଟେସନକୁ ଯାତ୍ରା କରିବେ ।

By Nirvay

Leave a Reply

Your email address will not be published. Required fields are marked *