Author: Nirvay

ଅର୍ଚ୍ଚନା ନାଗ୍‌ଙ୍କ ବିଳାସପୂର୍ଣ୍ଣ ଘର ସିଲ୍ କଲା ଇଡି

ଅର୍ଚ୍ଚନା ନାଗ ମାମଲା ଏବେ ନୂଆ ମୋଡ଼ ନେଇଛି । ଅର୍ଚ୍ଚନାଙ୍କ ପଳାଶୁଣି ସତ୍ୟବିହାର ଘର ସିଲ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ଅଭିଯୋଗରେ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧୀନରେ…

ସାର ନିଅଣ୍ଟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ସାର ଅଭାବକୁ ନେଇ ରାଜ୍ୟର କୃଷକ ସମାଜ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣରେ ସାର ମହଜୁଦ ରହିଛି ବୋଲି ରାଜ୍ୟ ସରକାର…

୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ତିନିଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ସିପି ରାଧାକ୍ରିଷ୍ଣନ୍ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଏହି ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିପାରନ୍ତି…

ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ ବିଜେପି ସରକାର: ମନମୋହନ ସାମଲ

ଯାଜପୁର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଦଶରଥପୁର ବ୍ଲକର ନନ୍ଦୀପୁରଠାରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ବିଜେପି ସରକାର କାର୍ଯ୍ୟ କରିବ ବୋଲି…

ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ସ୍ମୃତିସଭାରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବାଲିଗୁଡାର ପୂର୍ବତନ ବିଧାୟକ ସ୍ୱର୍ଗତ କରେନ୍ଦ୍ର ମାଝୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସ୍ୱର୍ଗତ କରେନ୍ଦ୍ର ମାଝୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନଜାତି…

ରାଜ୍ୟ କାର୍ଯ୍ୟାଳୟରେ ବିଜେପି ଯୁବ ମୋର୍ଚ୍ଚାର ‘ସେବା ପକ୍ଷ’ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଜ୍ୟ କାର୍ଯ୍ୟାଳୟରେ ଆଜି ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ଥିବାବେଳେ ୧୭ ତାରିଖରୁ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ…

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିପାତ

ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଏକ ବଡ଼ ଧରଣର ମାଓ ଅପରେସନ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଭାଲୁଡ଼ିହି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମାଓ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଏହି ମାଓଦମନ…

ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ; ୩ ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା

ଚାଉଁରପୁର ବହୁ ଆକାଂକ୍ଷିତ ମହାନଦୀ ନଦୀତଟ ବିକାଶ (Mahanadi River Front Development) ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମଞ୍ଜୁରୀ ଦେଇଛନ୍ତି । ଏହି ଯୋଜନା ୨୦୨୫-୨୬ ରୁ ୨୦୨୭-୨୮ ମଧ୍ୟରେ କାର୍ଯ୍ୟକାରୀ ହେବ ଏବଂ ତିନି ବର୍ଷରେ…

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜବକାର୍ଡ଼ଧାରୀ ଶ୍ରମିକ ଦର୍ଶାଇ ଅର୍ଥ ଆତ୍ମସାତ କରିବା ଘଟଣାରେ ଚାନ୍ଦବାଲି ସରପଞ୍ଚ ନିଲମ୍ବନ

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜବକାର୍ଡ଼ଧାରୀ ଶ୍ରମିକ ଦର୍ଶାଇ ଅର୍ଥ ଆତ୍ମସାତ କରିବା ଘଟଣାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସଚିବ ଚାନ୍ଦବାଲି ପଞ୍ଚାୟତର ସରପଞ୍ଚଙ୍କୁ ନିଲମ୍ବନ କରିଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମପଞ୍ଚାୟତରେ ୮ ଜଣ ନାବାଳକ…

ନେପାଳର ନୂଆ କାମଚଳା ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି

ନେପାଳର ନୂଆ କାମଚଳା ପ୍ରଧାନମନ୍ତ୍ରୀ ହେଲେ ପୂର୍ବତନ ନେପାଳ ସୁପ୍ରିମକୋର୍ଟ ବିଚାରପତି ସୁଶୀଳା କାର୍କି । ନେପାଳରେ ଚାଲିଥିବା ପ୍ରତିବାଦ ମଧ୍ୟରେ, ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ସେ ନେଇ ବୈଠକ ବସିବା ପରେ ସୁଶୀଳାଙ୍କ ନାଁରେ ଲାଗିଥିଲା ମୋହର ।…