ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ପହଞ୍ଚିଛନ୍ତି। ଆଜି ଅଷ୍ଟ୍ରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟସ୍ୱାଗତ କରାଯାଇଛି ।ପ୍ରାୟ ୪୦ ବର୍ଷ ପରେ, ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଶେଷ ଥର ପାଇଁ ୧୯୮୩ ମସିହାରେ ଅଷ୍ଟ୍ରିଆ ଗସ୍ତ କରିଥିଲେ।

ମୋଦୀ ଅଷ୍ଟ୍ରିଆ ପହଞ୍ଚିବା ପରେ କୁଳପତି ଚାନସେଲର କାର୍ଲ ନେହାମର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଭିଏନାର ହୋଟେଲ ରିଜ୍-କାର୍ଲଟନ୍ରେ ପହଞ୍ଚିଥିଲେ, ଯେଉଁଠାରେ ଅଷ୍ଟ୍ରିଆର କଳାକାରମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ‘ବନ୍ଦେ ମାତ୍‌ରମ୍’ ଗାଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନରେ ଅଷ୍ଟ୍ରିଆର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ୱାନ୍ ଡେର୍ ବେଲେନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଭାରତ ଏବଂ ଅଷ୍ଟ୍ରିଆର ବ୍ୟବସାୟିକ ନେତାମାନଙ୍କୁ ସମ୍ବୋଧିତ କରିବେ।

ଅଷ୍ଟ୍ରିଆ କଳାକାରମାନେ ଭାରତର ଜାତୀୟ ସଙ୍ଗୀତ ପରିବେଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଅଭିଭୂତ ହେବା ସହିତ ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପୋଷ୍ଟ କରିଛନ୍ତି। ଅଷ୍ଟ୍ରିଆରେ ଏହା ତାଙ୍କ ପ୍ରତି ସବୁଠୁ ବଡ଼ ସମ୍ମାନ ବୋଲି ମୋଦୀ କହିଛନ୍ତି। ବନ୍ଦେ ମାତରଂ ପରିବେଷଣ କରିଥିବା ଅଷ୍ଟ୍ରିଆ କଳାକାର ଇବ୍ରାହିମ ଏହି ବିଶେଷ ମୁହୂର୍ତ୍ତରେ ନିଜର ଅନୁଭୂତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *