ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କୁ ଲାଗିଲା ବଡ଼ ଝଟକା । ବର୍ଡ଼ର ଗାଭାସ୍କର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ । ସିଡନୀରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୬ ୱିକେଟରେ ଭାରତକୁ ପରାସ୍ତ କରିଛି। ଏହା ସହ ଅଷ୍ଟ୍ରେଲିଆ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୩-୧ ଗୋଲରେ ବର୍ଡର ଗାଭାସ୍କର ଟ୍ରଫି ଜିତିଛି।

ଏହି ପରାଜୟ ସହିତ କ୍ରମାଗତ ତୃତୀୟ ଥର ପାଇଁ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍(ଡବ୍ଲୁଟିସି) ଫାଇନାଲରେ ପ୍ରବେଶ କରିବାର ଭାରତର ସ୍ୱପ୍ନ ମଧ୍ୟ ଧୂଳିସାତ୍ ହୋଇଯାଇଛି ।ଫାଇନାଲ ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ ।

ପଞ୍ଚମ ଟେଷ୍ଟର ତୃତୀୟ ଦିନରେ ୧୬୨ ରନର ଟାର୍ଗେଟକୁ ଅଷ୍ଟ୍ରେଲିଆ ୨୭ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା। ବିଉ ୱେବଷ୍ଟର ୩୯ ଓ ଟ୍ରାଭିସ୍ ହେଡ୍ ୩୪ ରନ୍ କରି ଅପରାଜିତ ରହିଥିଲେ। ଶେଷ ଇନିଂସରେ ବୁମରା ଆଘାତ ଯୋଗୁଁ ବୋଲିଂ କରି ପାରିନଥିଲେ ।

ସୂଚନା ଯୋଗ୍ୟ; ପଞ୍ଚମ ଟେଷ୍ଟ ମ୍ୟାଚ୍‌ ଗତ ୩ତାରିଖରୁ ଏହି ମ୍ୟାଚ୍ ଆରମ୍ଭ ହୋଇଥିଲା। ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଯଶପ୍ରୀତ ବୁମରାଙ୍କ ନେତୃତ୍ବରେ ଖେଳିଥିବା ଭାରତୀୟ ଟିମ୍‌ ପ୍ରଥମ ପାଳିରେ ୧୮୫ ରନ୍‌ ଓ ଦ୍ବିତୀୟ ପାଳିରେ ୧୫୭ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧୮୧ ରନ୍‌ ଓ ଦ୍ବିତୀୟ ପାଳିରେ ୧୬୨ ରନ୍‌ କରି ବିଜୟ ଲକ୍ଷ୍ୟ ପୂରା କରିଥିଲା। ୪ ୱିକେଟ୍ ହରାଇ ୧୬୨ ରନ୍ ସ୍କୋର କରି ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତିଥିଲା ।

ମ୍ୟାଚରେ ୧୦ଟି ୱିକେଟ ନେଇଥିବା ବୋଲାଣ୍ଡଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ’ ଓ ସିରିଜରେ ୩୨ଟି ୱିକେଟ ନେଇଥିବା ବୁମରାଙ୍କୁ ‘ପ୍ଲେଆର ଅଫ ଦି ସିରିଜ’ ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *