ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଜଣେ ସହକାରୀ ପ୍ରଫେସରଙ୍କ କ୍ବାର୍ଟର୍ସରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲା ଯୁବକ  । ଏହାପରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ତ୍ରୀ ଶନିବାର ରେମୁଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରେମୁଣା ପୋଲିସ ଜଣେ ଯୁବକକୁ ଅଟକ ରଖିଛି। ଅଟକ ଯୁବକ ଯୁବକ ନୀଳଗିରି ଅଞ୍ଚଳର ହରିହର ପାତ୍ର ବୋଲି ପୋଲିସ ସୂଚନା ଦେଇଛି।

ସୂଚନା ଯୋଗ୍ୟ; ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରେ ଥିବା କ୍ବାର୍ଟରରେ ପ୍ରଫେସର ନଥିବାବେଳେ ଗ୍ୟାସ୍ ମରାମତି ବାହାନାରେ ପଶିଥିଲା । ପରେ ପ୍ରଫେସରଙ୍କ ସ୍ତ୍ରୀଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ପ୍ରଫେସରଙ୍କ ସ୍ତ୍ରୀ କୌଶଳକ୍ରମେ ଖସି ଆସି ସ୍ବାମୀଙ୍କୁ ଫୋନ କରିଥିଲେ । ଏହି ସମୟରେ ଶ୍ରମିକ ଜଣକ ଦୌଡ଼ି ପଳାଇବାବେଳେ ଗୋଡାଇ ଗୋଡାଇ ଧରିଥିଲେ ସିକ୍ୟୁରିଟି ଗାର୍ଡ । ପରେ ଶ୍ରମିକକୁ ପୋଲିସର ଜିମା ଦିଆଯାଇଛି ।

Leave a Reply

Your email address will not be published. Required fields are marked *