ଭୁବନେଶ୍ବର ଆଚାର୍ଯ୍ୟବିହାର ଅଞ୍ଚଳରେ ଆପୋଲୋ ହସ୍ପିଟାଲରେ ଉତ୍ତେଜନା । ଜଣେ ଚିକିତ୍ସାଧୀନ ରୋଗୀଙ୍କ ଅତ୍ୟଧିକ ବିଲ୍‌ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ରୋଗୀଙ୍କ ବିଲ୍‌ ଅଧିକ ହୋଇଥିବା ଅଭିଯୋଗ କରିଥିଲେ ପରିବାର  । ଖବର ପାଇ ଘଟଣା ସ୍ଥଳରେ କିଛି ୱେବ୍‌ ଚ୍ୟାନେଲ ସାମ୍ବାଦିକ ପହଞ୍ଚିଥିଲେ । ଖବର ସଂଗ୍ରହ ପାଇଁ ପହଞ୍ଚିବା ପରେ ଯୁକ୍ତିତର୍କ ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ, ପାଟିତୁଣ୍ଡ ହୋଇଥିବା ସୂଚନା । ହସ୍ପିଟାଲର ସୁରକ୍ଷାକର୍ମୀ ସାମ୍ବାଦିକଙ୍କୁ ଧକ୍କା ମାରିଥିବା ଅଭିଯୋଗ  । ଅଭିଯୋଗ ନେଇ ସଂପୃକ୍ତ ଘରୋଇ ହସ୍ପିଟାଲ ପକ୍ଷରୁ ପ୍ରତିକ୍ରିୟା ମିଳିନି । କିନ୍ତୁ ଏହି ଘଟଣାକୁ ନିନ୍ଦା କରି ବହୁ ସଂଖ୍ୟାରେ ସାମ୍ବାଦିକ ଏକଜୁଟ ହୋଇ ହସ୍ପିଟାଲ ତରଫରୁ ସମ୍ପୃକ୍ତ ସାମ୍ବାଦିକଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଛି ।

ସୂଚନା ମୁତାବକ; ଗତକାଲି ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ଜଣେ ଅଟୋ ଚାଳକ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ବାବଦରେ ବିଏସକେୱାଇରେ ଥିବା ସମସ୍ତ ଅର୍ଥ ଶେଷ ହେବା ପରେ ତାଙ୍କୁ ସେଠାରୁ ଅନ୍ୟ ହସ୍ପିଟାଲକୁ ପଠାଇବାକୁ ମେଡିକାଲ ପକ୍ଷରୁ କୁହାଯାଇଥିଲା। ତେବେ ଏହି ସଂକ୍ରାନ୍ତରେ ଆଜି ଖବର ସଂଗ୍ରହ କରିବାକୁ ଯାଇଥିବା ପୋର୍ଟାଲ ସାମ୍ବାଦିକଙ୍କୁ ସୁରକ୍ଷା କର୍ମୀ ଅଟକାଇଥିଲେ। ସେତେବେଳେ ପୋର୍ଟାଲ ସାମ୍ବାଦିକ ଏବଂ ସୁରକ୍ଷାକର୍ମୀ ହାତାହାତି ହୋଇଥିଲେ ।

Leave a Reply

Your email address will not be published. Required fields are marked *