ରାଜଧାନୀରେ ମାତିଛନ୍ତି ଏଟିଏମ୍ ଲୁଟେରା । ଟଙ୍କା ସହ ତାଡ଼ିନେଲେ ଏଟିଏମ୍ ମେସିନ୍ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଶ୍ରୀରାମନଗରୀ ସ୍ଥିତ ଏସବିଆଇ ଏଟିଏମରୁ ହୋଇଛି ଲୁଟ୍ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । ହେଲେ ଏଟିଏମରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇନାହିଁ।ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସିସିଟିଭି ଫୁଟେଜ ଜରିଆରେ ସନ୍ଧାନ ଆରମ୍ଭ କରିଦେଇଛି । ଅନ୍ୟପଟେ ସାମନ୍ତରାପୁର ଗଙ୍ଗୁଆନାଳରୁ ମିଳିଛି ଏୟାରଫିଲ୍ଡ ଥାନା ଶ୍ରୀରାମନଗରରୁ ଲୁଟ୍ ହୋଇଥିବା ଏଟିଏମ୍ । ନାଳରେ ଭଙ୍ଗା ଅବସ୍ଥାରେ ମିଳିଲା ଏଟିଏମ୍ । ଏଟିଏମରୁ ଟଙ୍କା ଲୁଟ୍ ହୋଇଛି କି ନାହିଁ ତାହା ଜଣାପଡ଼ି ନାହିଁ । ସୂଚନା ଯୋଗ୍ୟ; ଗତକିଛି ଦିନ ହେବ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଜାତୀୟ ରାତପଥ-୫୫ ପାଖରେ ଥିବା ଏସ୍ବିଆଇ ଏଟିଏମ୍ରୁ ଲୁଟ୍ ହୋଇଥିଲା। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍କୁ ତାଡି ଟଙ୍କା ବାହାର କରିଦେଇଥିଲେ। ଆଉ ପ୍ରମାଣ ନଷ୍ଟ କରିବାରୁ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା, ହାର୍ଡଡିସ୍କକୁ ଭାଙ୍ଗି ସାଂଗରେ ନେଇଯାଇଥିଲେ। Post navigation ଓଲଟିଲା ପିକନିକ୍ ବସ୍ ; ୨ ଆହତ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ମିଳିଲା ୧୨ ଜଣଙ୍କ ପରିଚୟ