ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ୍‌)ର ପରାଜୟ ପରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆତିଶୀ ମାର୍ଲେନା । ସେ ନିଜ ଇସ୍ତଫାପତ୍ର ୧୧ଟାରେ ରାଜଭବନରେ ପହଞ୍ଚି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନାଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ।

ସେହିପରି ଉପରାଜ୍ୟପାଳ ପୂର୍ବ ବିଧାନସଭାକୁ ଭାଙ୍ଗି ଦେବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ବିଜ୍ଞପ୍ତି ସହିତ ନୂତନ ବିଧାନସଭା ଗଠନର ପଥ ପରିଷ୍କାର ହୋଇଛି। ନୂତନ ବିଧାନସଭା ଭଙ୍ଗ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ସହିତ ନୂତନ ବିଧାନସଭା ଗଠନର ପଥ ପରିଷ୍କାର ହୋଇଛି।

ସୂଚନାଯୋଗ୍ୟ, ଯେ ଅରବିନ୍ଦ କେଜରିୱାଲ ଗତ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ସେପ୍ଟେମ୍ବର ୨୧ ତାରିଖରେ ଶପଥ ନେଇଥିଲେ।

Leave a Reply

Your email address will not be published. Required fields are marked *