ଅପରେସନ ସିନ୍ଦୂର ପରେ ପ୍ରତିଶୋଧର ନିଆଁରେ ଜଳୁଛି ପାକିସ୍ତାନ । ଏହା ମଧ୍ୟରେ କେନ୍ଦ୍ର ଦ୍ୱାରା ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମସ୍ତଙ୍କୁ ଅପରେସନ୍ ସିନ୍ଦୂର ବାବଦରେ ଅବଗତ କରାଯାଇଛି । ଏହି ବୈଠକ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଅପରେସନ ସିନ୍ଦୂର ଶେଷ ହୋଇ ନାହିଁ । ପାକିସ୍ତାନ ଉପରେ ଭାରତର ଆକ୍ରମଣ ଏବେ ବି ଜାରି ରହିଛି । ୬ ତାରିଖରେ ରାତ୍ରିରେ ହୋଇଥିବା ଏହି ଅପରେସନରେ ୯ଟି ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ଭାରତ । ଏହି ଆକ୍ରମଣରେ ଅତିକମ୍ରେ ୧୦୦ଶହ ଆତଙ୍କୀ ମରିଛନ୍ତି । Post navigation ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ପୁଞ୍ଚ୍ରେ ପାକିସ୍ତାନ ସେନାଙ୍କ ଗୁଳିମାଡ଼; ୧୩ ଭାରତୀୟ ନାଗରିକ ମୃତ, ୫୯ ଆହତ