କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାକୁ ରାଜ୍ୟବ୍ୟାପୀ ତୀବ୍ର ନିନ୍ଦା କରାଯାଇଥିବାବେଳେ ଆଜି ବଲାଙ୍ଗିର SDJM କୋର୍ଟରୁ ସମସ୍ତ ୪ ଜଣଙ୍କୁ ଜାମିନ୍ ମିଳିଛି । ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳାଇଙ୍କୁ ମାତ୍ର ୨ ଦିନରେ ଜାମିନ୍ ମିଳିଛି । ଅନ୍ୟ ୩ ଜଣ ଅଭିଯୁକ୍ତ ଅବିନାଶ ଜେନା, ଆଦିତ୍ୟ ଜେନା ଓ ଗୁମର ନାୟକଙ୍କୁ ଗିରଫର ମାତ୍ର ୫ ଦିନ ପରେ ଜାମିନ୍ ମିଳିଛି । ସୂଚନାଯୋଗ୍ୟ, ଗତ ୨୩ ତାରିଖ ଦିନ ପ୍ରଧାନ ଖବର ସଂଗ୍ରହ କରିବାକୁ କୁଲଥିପାଲି ଗାଁକୁ ଯାଇଥିବାବେଳେ ଗଜେନ୍ଦ୍ରର ସମର୍ଥକମାନେ ଗାଁ ମଝିରେ ବିଜୟ ପ୍ରଧାନଙ୍କୁ ଘେରିଯାଇ ଗାଳିଗୁଲଜ କରଥିଲେ ଏବଂ ହାତବାନ୍ଧି ମାଡ଼ ମାରିଥିଲେ । Post navigation ବଦଳିବ ମାଷ୍ଟର କ୍ୟାଣ୍ଟିନ୍ ନାଁ; ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ – ୨୦୨୫ ରେ ଓଡ଼ିଆ ଖେଳାଳିଙ୍କ କମାଲ