ନିଯୁକ୍ତି ପତ୍ର ମିଳିଲେ ମଧ୍ୟ ହେଉନି ପୋଷ୍ଟିଂ । ଚାକିରୀକୁ ନେଇ କଟକ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶହଶହ ଆଶାୟୀ । ଫାୟାର ମ୍ୟାନ ଓ ଫାୟାର ମ୍ୟାନ ଡ୍ରାଇଭର ଭାବେ ନିଯୁକ୍ତି ପତ୍ର ମିଳିଥିଲେ ବି ପୋଷ୍ଟିଂ ମିଳୁନଥିବାରୁ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶାୟୀ ।

ସୂଚନଯୋଗ୍ୟ; ଚାକିରୀ ପାଇଁ ୯୪୧ ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟା ଯାଇଥିଲେ ମଧ୍ୟ ହାଇକୋର୍ଟରେ ସଂରକ୍ଷଣ ନେଇ ମାମଲା ଚାଲିଥିବାରୁ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଯାଇଛି । ସେଥିପାଇଁ ଶତାଧିକ ଯୋଗ୍ୟକରୀଙ୍କୁ ନିଯୁକ୍ତି ପତ୍ର ମିଳିଥିଲା ମଧ୍ୟ ପୋଷ୍ଟିଂ ନ ପାଇବାରୁ ବେକାର ହୋଇ ବସିଛନ୍ତି ଶତାଧିକ ଆଶାୟୀ ।ଏହାକୁ ନେଇ ଅଭିଯୋଗ ଜଣାଇବା ସହ ଧାରଣାରେ ବସିଛନ୍ତି ଶତାଧିକ ଯୁବକ।

Leave a Reply

Your email address will not be published. Required fields are marked *