ପୁଣି ଭିଜିଲାନ୍ସ ପଞ୍ଜାରେ ସରକାରୀ ବାବୁ। ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଲେ କଳାହାଣ୍ଡି ଜୁନାଗଡ଼ ଥାନା ଗ୍ରାମରକ୍ଷୀ। ତେବେ ଏଏସଆଇଙ୍କ ପାଇଁ ୩୫୦୦ ଟଙ୍କା ଗ୍ରାମରକ୍ଷୀ ଲାଞ୍ଚ ନେଉଥିବା ମାଡି ବସିଥିଲା ଭିଜିଲାନ୍ସ। କଳାହାଣ୍ଡି ଜୁନାଗଡ଼ ଥାନା ଗ୍ରାମରକ୍ଷୀ ଶ୍ରୀମୁଖ ବାଗ କୌଣସି ଏକ ମାମଲାର ରଫାଦଫା ପାଇଁ ସେହି ଥାନାର ଏଏସଆଇ ମୁକୁନ୍ଦ ଖେମୁଣ୍ଡଙ୍କ ପାଇ ନେଉଥିଲେ ଲାଞ୍ଚ । ଲାଞ୍ଚ ଟଙ୍କାକୁ ଜବତ କରି ଏହି ଘଟଣା ବାବଦରେ ଗ୍ରାମରକ୍ଷୀଙ୍କୁ ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ।

ଅନ୍ୟପଟେ ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ ଖସି ଯିବାକୁ ସମର୍ଥ ହୋଇଛନ୍ତି ।  ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ଭିଜିଲାନ୍ସ । ଦୁଇଟି ସ୍ଥାନରେ ଏଏସଆଇଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।

ସୂଚନା ଅନୁସାରେ, କୌଣସି ଏକ ମାମଲାର ରଫାଦଫା ପାଇଁ କଳାହାଣ୍ଡି ଜୁନାଗଡ଼ ଥାନା ଗ୍ରାମରକ୍ଷୀ ଉକ୍ତ ଥାନାର ଏଏସଆଇଙ୍କ ପାଇଁ ୩ ହଜାର ଓ ନିଜ ପାଇଁ ୫୦୦ ଟଙ୍କା ନେଉଥିଲେ ଗ୍ରାମରକ୍ଷୀ। ତେବେ ଲାଞ୍ଚ ନେଉଥିବାର ଖବର ଭିଜିଲାନ୍ସ ବିଭାଗ ଜାଣିବା ପରେ ତୁରନ୍ତ ଥାନାରେ ଚଢ଼ାଉ କରିଥିଲେ। ଏହାପରେ ଗ୍ରାମରକ୍ଷୀ ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ କିନ୍ତୁ ଉକ୍ତ ମାମଲାରେ ସମ୍ପୃକ୍ତ ଥିବା ଏଏସଆଇ ଖସି ଯାଇଥିଲେ।

Leave a Reply

Your email address will not be published. Required fields are marked *