ଭିଜିଲାନ୍ସ ଜାଲରେ ପୋଲିସ ଅଧିକାରୀ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସ୍ଆଇଙ୍କୁ ଲାଞ୍ଚ ନେବାବେଳେ ଏଏସ୍ଆଇ ବୁଡୁ ଭୋଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି । ଏହା ପରେ ଏଏସଆଇ ଭୋଇଙ୍କ ସୋନପୁର ପଟାଭାଡ଼ି ସ୍ଥିତ ବାସଭବନ ଏବଂ ବୀରମହାରାଜପୁର ଥାନା ସରକାରୀ ବାସଭବନ ଏବଂ ଥାନା ପରିସରରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି ।

ଗାଡ଼ି ଦୁର୍ଘଟଣା ପରେ ଗାଡ଼ିକୁ ମୁକୁଳାଇବାକୁ ଜଣେ ଅଭିଯୋଗକାରୀ ଏଏସଆଇ ବୁଡୁ ଭୋଇଙ୍କୁ ଅନୁରୋଧ କରିଥିଲେ । ଦୁର୍ଘଟଣାରେ ପୋଲିସ ଜବତ କରିଥିବା ଏକ ମଟର ସାଇକେଲକୁ ମୁକ୍ତ କରିବାକୁ ଅଭିଯୋଗକାରୀ ଦୀର୍ଘ ଏକ ମାସ ହେବ ଏଏସ୍ଆଇ ବୁଡ଼ୁ ଭୋଇଙ୍କୁ ବାରମ୍ବାର ନିବେଦନ କରୁଥିଲେ । କିନ୍ତୁ ଏଏସ୍ଆଇ ବାଇକୁ ଦେବାକୁ ଅଭିଯୋଗକାରୀଙ୍କୁ ୬,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ସେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଏଏସ୍ଆଇଙ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀ ଲାଞ୍ଚ ଦେଉଥିବାବେଳେ ପୋଲିସ ଏଏସ୍ଆଇ ବୁଡ଼ୁଙ୍କୁ ଧରିଛି ।

Leave a Reply

Your email address will not be published. Required fields are marked *