ଓଡ଼ିଶାରେ ଆଇଟି ପ୍ରଫେସନାଲଙ୍କର ଅଭାବ ନାହିଁ । ଓଡ଼ିଶାକୁ ଆଗାମୀ ଦିନରେ ଏକ ବଡ଼ ଆଇଟି ହବ୍ କରିବା ଲକ୍ଷ୍ୟ ରହିଛି ବୋଲି ଆଜି ଏନେଇ ଆୟୁଷ୍ମାନ ପାଇଁ ଏମଓୟୁ ବେଳେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଓଡ଼ିଶା ହେବ ବଡ଼ ଆଇଟି ହବ୍ । ଓଡ଼ିଶାକୁ ଏକ ବଡ଼ ଆଇଟି ହବ୍ କରିବା ଲକ୍ଷ୍ୟରେ ମୋଦି ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା ହୋଇଛି। ମୁଁ ବିଭିନ୍ନ ଆଇଟି କ୍ଷେତ୍ରକୁ ଯାଇ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛି । ଓଡ଼ିଶାରେ ଥିବା ଟ୍ୟାଲେଣ୍ଟଙ୍କ ଠାରୁ ଫାଇଦା ପାଇଦା ପାଇଁ କହିଛି । ଅଶ୍ବିନୀ ବୈଷ୍ଣବ ଆଉ ମଧ୍ଯ କହିଛନ୍ତି ଓଡ଼ିଶାରେ ୪ଟି ଶିକ୍ଷାନୁଷ୍ଠାନରେ ସେମି କଣ୍ଡକ୍ଟର ଶିକ୍ଷା ଆରମ୍ଭ ହୋଇଛି ଏବଂ ଆଉ ୫ଟି କଲେଜରେ ସେମି କଣ୍ଡକ୍ଟର ଶିକ୍ଷା ପାଇଁ ପ୍ରସ୍ତାବ ଦେଉଛି । ଓଡ଼ିଶାରେ ରେଳ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ବିକାଶ ଜାରି ରହିଛି । ବର୍ତ୍ତମାନ ୭୩ ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ଚାଲିଛି । Post navigation ଓଡ଼ିଶାରେ ଆୟୁଷ୍ମାନ ଯୋଜନା ପାଇଁ ଦିଲ୍ଲୀରେ ହେଲା MOU ସ୍ଵାକ୍ଷର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତନ ଆଣିବ ଆୟୁଷ୍ମାନ ଯୋଜନା: ମନମୋହନ ସାମଲ