ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍’ ପ୍ରସଙ୍ଗରେମୁହଁ ଖୋଲିଲେ ବରିଷ୍ଠ ବିଜେଡି ନେତା ତଥା ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡା । ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍ ପ୍ରସଙ୍ଗକୁ ନେଇ ସେ କହିଛନ୍ତି ନବୀନ ସାଢ଼େ ଚାରି କୋଟି ଓଡ଼ିଆଙ୍କ ସମ୍ପତ୍ତି । ସେ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହଁନ୍ତି ।

ଏହା ସହ ଅଶୋକ ପଣ୍ଡା ବଦ୍ରି ପାତ୍ରଙ୍କ ମନ୍ତବ୍ୟକୁ ନେଇ କହିଛନ୍ତି ଯେ ଏ ବାବଦରେ ମୁ କିଛି କହିପାରିବେନି । ଯିଏ କହିଛନ୍ତି, ଯାହା ଉଦ୍ଦେଶ୍ୟରେ କହିଛନ୍ତି ସେ କହିପାରିବେ । ୪୧ ପ୍ରତିଶତ ଜନାଦେଶ ପାଇଛୁ, ଆଉଟ୍‌ ହେବାର ପ୍ରଶ୍ନ ଉଠୁ ନାହିଁ । ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ଶ୍ରୀରାମଙ୍କ ୧୪ ବର୍ଷ ବନବାସ ବେଳେ ସୀତାଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଥିଲେ ଲକ୍ଷ୍ମଣ । ସବୁ କ୍ଷେତ୍ରରେ ଶୃଙ୍ଖଳା ଅନୁଶାସନର ଆବଶ୍ୟକତା ରହିଛି । ଦଳ ସମସ୍ତଙ୍କୁ ନେଇ ଚାଲିବ, ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ଚାଲିପାରିବ ନାହିଁ ।

Leave a Reply

Your email address will not be published. Required fields are marked *