ଆଖି ବୁଜିଲେ କିମ୍ବଦନ୍ତୀ କଣ୍ଠଶିଳ୍ପୀ ଆଶା ଭୋସଲେ। ସେ ୯୨ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ପ୍ରାୟ ସାତ ଦଶନ୍ଧି ଧରି ସିନେମା ଜଗତରେ ନିଜର ସୁମଧୁର କଣ୍ଠର ଯାଦୁରେ ସମସ୍ତଙ୍କ ହୃଦୟ ଜିତିଥିଲେ । ହୃଦଘାତ ଏବଂ ଶ୍ୱାସକ୍ରିୟା ସମସ୍ୟା ଅନୁଭବ କରିବା ପରେ ଶନିବାର ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ମାର୍ଚ୍ଚ ୧୧ ତାରିଖରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଶା ତାଇ ନାମରେ ଜଣାଶୁଣା, ଦଶନ୍ଧି ଧରି ସଙ୍ଗୀତର ପ୍ରତୀକାତ୍ମକ ସ୍ୱର, ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ଶେଷକୃତ୍ୟ ଆସନ୍ତାକାଲି ଅପରାହ୍ନ ୪ଟାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସୂଚନା ଯୋଗ୍ୟ; ଆଶା ଭୋସଲେ ୧୯୩୩ ମସିହାରେ ସଂଗୀତମୟ ମଙ୍ଗେସକର ପରିବାରରେ ଜନ୍ମଗ୍ରହଣ କରିଥିବା ଆଶା ୯ ବର୍ଷ ବୟସରେ ବୃତ୍ତିଗତ ଭାବରେ ଗୀତ ଗାଇବା ଆରମ୍ଭ କରିଥିଲେ। ସେ ୧୯୪୩ ମସିହାରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଗୀତ ରେକର୍ଡ କରିଥିଲେ ଏବଂ ୫୦ ଦଶକ ସୁଦ୍ଧା, ବଲିଉଡରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଥିଲେ। ପରବର୍ତ୍ତୀ ତିନି ଦଶକ ମଧ୍ୟରେ, ସେ ଅଧିକାଂଶ ସଂଗୀତକାରଙ୍କ ଦ୍ୱାରା ସବୁଠାରୁ ଅଧିକ ଚାହିଦାପ୍ରାପ୍ତ କଳାକାରଙ୍କ ମଧ୍ୟରେ ଥିଲେ। ସଙ୍ଗୀତ କ୍ଷେତ୍ରରେ ଅବଦାନ ଲାଗି ଆଶଙ୍କୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର । ୨୦୦୦ ମସିହାରେ ଆଶାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମିଳିଥିଲା । ସେହିପରି ୨୦୦୮ରେ ସେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହା ସହ ନିଜର ଯାଦୁଗରୀ କଣ୍ଠ ପାଇଁ ଆଶା ଦୁଇଥର ଜାତୀୟ ଫିଲ୍ମ ପୁରସ୍କାର ପାଇଛନ୍ତି । Post navigation Neredi Project: ଓଡ଼ିଶାକୁ ବଂଶଧାରା ଝଟକା; ନେରେଡିକୁ ସବୁଜ ସଂକେତ 112 Call Centre Staff Protest: ଧାରଣାରେ ୧୧୨ କଲ୍ ସେଣ୍ଟର କର୍ମଚାରୀ