ନିଲମ୍ବନକୁ ନେଇ ଆଜି ପୁଣି ଥରେ ବୟାନ ଦେଇଛନ୍ତି ବିଜେଡିରୁ ବିତାଡ଼ିତ ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ଏବେ ବି ସସ୍ପେଣ୍ଡ ର କାରଣ ଖୋଜୁଛନ୍ତି ଅରବିନ୍ଦ । ସେ ଆଜି ପୁଣି ସେହି ସମାନ କଥା ଦୋହରାଇଛନ୍ତି। ଅରବିନ୍ଦ କହିଛନ୍ତି, ନବୀନଙ୍କୁ ଯେଉଁ ପ୍ରଶ୍ନ ପଚାରିଥିଲି ତା’ର ଉତ୍ତର ସେ ଦେଇପାରିଲେନି। ଦୁର୍ନୀତି, ବିଶ୍ୱାସଘାତକତା ବାବଦରେ ସତ୍ୟାସତ୍ୟ ଯାଞ୍ଚ ଚ୍ୟାଲେଞ୍ଜ ଦେଇଥିଲି। ମାତ୍ର ସେ କୌଣସି ଉତ୍ତର ଦେଇପାରିଲେନି।

ତେବେ ବିଧାନସଭାରେ ଦେଖା ହେଲେ ଆଉ କାହିଁକି ପଚାରିବି, ଇଚ୍ଛା ନାହିଁ । ସେମାନଙ୍କ ଅଭିଯୋଗର କୌଣସି ଭିତ୍ତିଭୂମି ନାହିଁ, ମୁଁ ଜାଣିଛି ଉତ୍ତର ଦେଇ ପାରିବେନି ।

ସେହିପରି ରାଜ୍ୟ ସଭା ନିର୍ବାଚନକୁ ନେଇ ସେ କହିଛନ୍ତି, “ରାଜ୍ୟ ସଭା ନିର୍ବାଚନରେ ପ୍ରାର୍ଥୀ ଦେଖି ଭୋଟ୍‌ ଦେବି। ମୁଁ ଏବେ ସ୍ୱାଧୀନ, ତେଣୁ ବିଧାନସଭାରେ ଏବେ ବିଜେଡି ବିଧାୟକ ନୁହେଁ ବରଂ ସ୍ୱାଧୀନ ଭାବେ ପ୍ରସଙ୍ଗ ଉଠାଇବି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଅରବିନ୍ଦ ମହାପାତ୍ର।

Leave a Reply

Your email address will not be published. Required fields are marked *