ଗୃହରେ ଉଠିଲା ଓଡ଼ିଆ ଅସ୍ମିତା ଝଡ । ଓଡ଼ିଆ ଅସ୍ମିତାକୁ ନେଇ ମୁହାଁମୁହିଁ ହେଲେ ବିରୋଧୀ ଦଳର ବିଧାୟକ ଅରୁଣ ସାହୁ ଏବଂ କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ । ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁ ଲିଖିତ ପ୍ରଶ୍ନ କରି ଓଡ଼ିଆ ଅସ୍ମିତାର ଅର୍ଥର ମାନେ କଣ ବୋଲି ପଚାରିଥିଲେ । ଯାହାର ଉତ୍ତରରେ ଓଡ଼ିଆ ଅସ୍ମିତା ଶବ୍ଦର ବ୍ୟାଖା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ । ସେ କହିଛନ୍ତି ଅସ୍ମିତା ଶବ୍ଦର ଅର୍ଥ ମୁଁ ଭାବ, ଏହି ଭାବ, ଆତ୍ମପରିଚିତି।  ବିଧାୟକ ଅରୁଣ ସାହୁଙ୍କ ମୋ ଠାରୁ ଅଧିକ ଜ୍ଞାନ ଓ ଅଭିଜ୍ଞତା ରହିଛି । ଓଡ଼ିଆ ଅସ୍ମିତାକୁ ଯଦି ବ୍ୟାଖ୍ୟା କରିବା, ଏହା କେବଳ କାଗଜରେ ଲେଖିବା ସମ୍ଭବ ନୁହେଁ । ଓଡ଼ିଆ ଭାଷା ଓ ସଂସ୍କୃତିରେ ରହିବା ହେଉଛି ଓଡ଼ିଆ ଅସ୍ମିତା ।

ଏହା ସହ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୂର୍ଯ୍ୟବଂଶୀ । ସେ କହିଛନ୍ତି ଅରୁଣ ସାହୁ ନିଜେ ମାନିଛନ୍ତି ଯେ ଅହଂଭାବ ଯୋଗୁ  ୨୪ ବର୍ଷର ବିଜେଡି ସରକାର କ୍ଷମତାରୁ ଗଲା । ତେବେ ଆମେ ଓଡ଼ିଆ  ଅସ୍ମିତାକୁ  ମୁଦ୍ଦା କହି ତାକୁ ସଙ୍କୁଚିତ କରିପାରିବା ନାହିଁ । ଓଡ଼ିଆ ଅସ୍ମିତା ଗୋଟିଏ ରାଜନୈତିକ ମୁଦ୍ଦା ନୁହେଁ । ଏହା ପ୍ରତ୍ୟେକଟି  ଓଡ଼ିଆଙ୍କ ଭାବାବେଗ ସହିତ ଜଡିତ ।

Leave a Reply

Your email address will not be published. Required fields are marked *