ବିଶିଷ୍ଟ କ୍ରୀଡ଼ାବିତ ତଥା ଅର୍ଜୁନ ପୁରସ୍କାର ବିଜେତା ବିଜୟ କୁମାର ଶତପଥୀଙ୍କ ପରଲୋକ । ବ୍ରହ୍ମପୁର ସୋମନାଥ ନଗରସ୍ଥିତ ବାସଭବନେ ସୋମବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ପୂର୍ବତନ ଅନ୍ତର୍ଜାତୀୟ ଭାରୋତ୍ତୋଳକ ବିଜୟ କୁମାର ଶତପଥୀ। ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ପରିବାର ଲୋକ । ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ ବିଜୟ । ସୂଚନା ଯୋଗ୍ୟ; ବିଜୟ କୁମାର ଶତପଥୀ ୮୦ ଦଶକରେ ଜଣେ ପ୍ରଖ୍ୟାତ ଭାରୋତ୍ତଳନକାରୀ ଥିଲେ । ୧୯୭୭-୭୮ ରୁ ଓ ୧୯୮୨-୮୩ ପର୍ଯ୍ୟନ୍ତ ଭାରୋତ୍ତୋଳନରେ ୫ ଥର ସ୍ୱର୍ଣ୍ଣ ଜିତି ଜାତୀୟ ଚାମ୍ପିଅନ ହୋଇଛନ୍ତି । ସେ ଭାରତୀୟ ନୌସେନା ଏବଂ ରେଳବାଇର ପ୍ରତିନିଧିତ୍ୱ କରିଥିଲେ । ୧୯୮୧ ମିନି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୧୯୮୨ ବ୍ରିସବେନରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ । ୧୯୮୧ ଓ ୧୯୮୩ରେ ଏସିଆନ ଚାମ୍ପିଅନସିପରେ ୨ଟି କାଂସ୍ୟ ଏବଂ ୧୯୮୨ରେ ପାକିସ୍ତାନ ପେଶୱାରେର ଜାତୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିଲେ । ୧୯୮୨ ମସିହା ଅଗଷ୍ଟ ୨୯ ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ଜ୍ଞାନୀ ଜେଲ ସିଂହଙ୍କ ଦ୍ୱାରା ସତପଥୀଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବିଜୟ କୁମାରଙ୍କ ବିୟୋଗରେ କ୍ରୀଡ଼ାଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କ୍ରୀଡ଼ାବିତମାନେ କହିଛନ୍ତି । Post navigation ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ; ୪ଟା ଯାଏଁ ଗୃହମୁଲତବି ବିଧାନସଭା ସମ୍ମୁଖରେ ଜୋରଦାର୍ ବିକ୍ଷୋଭ; ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ