ଆପୋଲୋ ୮ର ପୂର୍ବତନ ମହାକାଶଚାରୀ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ ଆଣ୍ଡର୍ସ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ଚନ୍ଦ୍ରର ପରିକ୍ରମା କରିଥିବା ପ୍ରଥମ ୩ଜଣ ମହାକାଶଚାରୀଙ୍କ ମଧ୍ୟରୁ ଜଣେ ଥିଲେ ୱିଲିୟମ ଆଣ୍ଡର୍ସ। ସୂଚନା ମୁତାବକ, ଚାଟାର୍ଡ ଫ୍ଲାଇଟ୍ ଉଡାଉଥିବା ବେଳେ ୱାଶିଂଟନ୍ରେ ତାଙ୍କ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ପାଣିରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତାଙ୍କ ପୁଅ ଅବସରପ୍ରାପ୍ତ ବାୟୁସେନା ଲେଫ୍ଟନେଣ୍ଟ କର୍ଣ୍ଣେଲ ଗ୍ରେଗ ଆଣ୍ଡର୍ସ ଆସୋସିଏଟେଡ ପ୍ରେସକୁ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି। ସୂଚନାଯୋଗ୍ୟ, ୧୯୬୮ରେ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ ମହାକାଶରୁ ପ୍ରଥମ ‘ଆର୍ଥ୍ରାଇଜ’ ଫଟୋ ଉଠାଇ ପୃଥିବୀକୁ ଛାଇ ନୀଳ ମାର୍ବଲ (ନୀଳ ରଙ୍ଗର ଫଟୋ) ଭାବରେ ଦର୍ଶାଇଥିଲେ। ଏହି ଫଟୋ ବିଷୟରେ ୱିଲିୟମ ଆଣ୍ଡର୍ସ କହିଥିଲେ ଯେ ସ୍ପେସ ପ୍ରୋଗ୍ରାମ ପାଇଁ ଏହି ଫଟୋ ହେଉଛି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ। ମହାକାଶରୁ ଦେଖାଯାଇଥିବା ପୃଥିବୀର ପ୍ରଥମ ରଙ୍ଗିନ ଫଟୋ ଏହି ଫଟୋ। ଏହା ଆଧୁନିକ ଇତିହାସର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଫଟୋ ହୋଇଥିଲା । Post navigation ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ଡ଼କରା କୁଟ୍ଟେଙ୍କୁ ଆଶ୍ଵସ୍ତି, ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ