ରାଜ୍ୟରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ, ପ୍ରଚାର ସାଙ୍ଗକୁ ପ୍ରସ୍ତୁତି ସରିଛିବି। ତୃତୀୟ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ମତଦାନ ହେବ। ତେବେ ରିଗିଂ ଆଶଙ୍କା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ୨ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରି ଚିଠି ଲେଖିଲେ ଅପରାଜିତା। ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇଥିବା ନେଇ ଚିଠିରେ ଅବଗତ କରାଇଛନ୍ତି। ଭୁବନେଶ୍ଵରର ସହିଦନଗର, ବାୟାବାବା ମଠ ଏରିଆ, ୟୁନିଟ-୮, ମାଳିସାହିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଖୋର୍ଦ୍ଧା ପୌରାଞ୍ଚଳରେ ମଧ୍ୟ ରିଗିଂ ଆଶଙ୍କା ରହିଛି ବୋଲି ଦର୍ଶାଇଛନ୍ତି।ଏସବୁ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ (CAPF) ମୁତୟନ ପାଇଁ ଦାବି କରିଛନ୍ତି ଅପରାଜିତା। Post navigation ଜୁନ୍ ୪ରେ ପ୍ରଚୁର ପାଣି ପିଇବାକୁ ସମାଲୋଚକମାନଙ୍କୁ ପରାମର୍ଶ ଦେଲେ ପ୍ରଶାନ୍ତ କିଶୋର ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ