ଭୁବନେଶ୍ୱର, ତା.୧୭/୦୫: ୨୦୨୪ ନିର୍ବାଚନରେ ବିଜେଡି ଜିତିବ ବୋଲି ଡିଣ୍ଡିମ ପିଟୁଛି । ବାସ୍ତବରେ କ୍ଷେତ୍ରରେ ଓଡ଼ିଶାର ଲୋକ ବିଜେଡିକୁ ଭୋଟ ଦେଉଥିଲେ ନବୀନ ବାବୁଙ୍କ ପାଇଁ, କିନ୍ତୁ ଏବେ ଓଡ଼ିଶାରେ ନବୀନ ଶାସନ ଚାଲୁନାହିଁ । ନବୀନ ବାବୁଙ୍କୁ ଓଡ଼ିଶାର ଲୋକେ ଦେଖିବା ତ ଦୂରର କଥା ଦଳର ନେତା, ମନ୍ତ୍ରୀମାନେ ମଧ୍ୟ ଭେଟିବାର ସୁଯୋଗ ପାଉନାହାନ୍ତି । ମୁଁ ବିଜେଡିର ସାଂସଦ ଥିଲି, କିନ୍ତୁ ନବୀନ ବାବୁଙ୍କ ଦେଖିବାର ସୁଯୋଗ ପାଇନି କି କେନ୍ଦ୍ରାପଡା ବିକାଶର କୌଣସି ବିଷୟରେ କଥା ହେବାର ସୁଯୋଗ ମୋତେ ମିଳିନି । ତାଙ୍କ ପରେ ଯିଏ ନିଜକୁ ଆତ୍ମଘୋଷିତ ଉତରାଧିକାରୀ ଭାବୁଛନ୍ତି ତାଙ୍କ ସହ ବି କଥା ହେବା ଭାରି କଷ୍ଟକର । ନରେନ୍ଦ୍ର ମୋଦିଜୀଙ୍କର ନେତୃତ୍ୱରେ ଭାରତୀୟ ଜନତାପାର୍ଟୀରେ ସାମିଲ ହେଲି ଏବଂ ମୁଁ ନିଜକୁ ଦୃଢତାର ସହ ପ୍ରତିଶ୍ରୁତି ଦେଇଛି ଯେ, ଓଡିଆ ଅସ୍ମିତା ଓ ଓଡିଶାର ସ୍ୱାଭିମାନକୁ ତଳେ ପକାଇବାକୁ ଦେବିନାହିଁ । ଓଡିଶା ମାଟିକୁ ଜଣେ ବାହାରୁ ଆସିଥିବା କଳାପାହାଡ ହାତରେ ଓଡିଶା ମାଟିର ଇଜ୍ଜତ୍‌କୁ ଟେକି ଦେଇପାରିବିନି ବୋଲି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ମୋ ମୁଣ୍ଡ କେବେ ମୁଁ ବିକି ନଥିଲି, କି ବିକିବି ନାହିଁ । ମୁଁ ମୋ ନିଜକୁ ପ୍ରତିଶ୍ରୁତି ଦେଇଛି ଓଡ଼ିଶାର ଅସ୍ମିତାକୁ କାହା ହାତରେ ଟେକିଦେବିନି । ବିଜେଡି ଦଳରୁ ସାଂସଦ ହେବା ସତ୍ୱେ ଜିଲ୍ଲାପାଳଙ୍କ ଅଫିସରେ ମୋ ଫାଇଲ ମାସ ମାସ ଧରି ପଡି ରହୁଥିଲା । ମୋତେ କେନ୍ଦ୍ରାପଡା ପାଇଁ କାମ କରେଇ ଦେଉନଥିଲେ । କୋରନା ସମୟରେ ଓଡ଼ିଶାବାସୀ ତଥା କେନ୍ଦ୍ରାପଡାବାସୀ ଯେତେବେଳେ କୁଆଡେ ଗଲ ବୋଲି ପ୍ରଶ୍ନ କଲେ, ସେତେ ବେଳେ ମୁଁ କାହାର ଉତର ଦେଇପାରୁ ନଥିଲି । କାରଣ ବିଜେଡି ମୋତେ ଫୋନ କରି ମନା କରିଥିଲା ଲୋକଙ୍କ ପାଖକୁ ନଯିବା ପାଇଁ । ସରପ୍ରାଇଜ ଭିଜିଟ କଲି କିନ୍ତୁ ବିଜେଡି କହିଲା ଭଲ କାମ କରୁଛନ୍ତି । ଏମିତି କରନ୍ତୁନି କାହିଁକି ନା ସରକାର ଉପରକୁ ଆଙ୍ଗୁଳି ଉଠୁଛି । ବିଜେଡି ମୋତେ କାମ କରିବାର ସୁଯୋଗ ଦେଲାନି ଲୋକଙ୍କ ଭିତରେ ମୋ ପାଇଁ ଘୃଣା ସୃଷ୍ଟି କରିବାର ସୁଯୋଗ କରାଇଦେଲା । ମୁଁ ଓଡିଶାବାସୀଙ୍କୁ ଭଲପାଏ ତାଙ୍କ ପାଇଁ କାମ କରିବି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ବିଜେଡି ସରକାରର ଆକ୍ରୋଶମୁଳକ ଆଚରଣ ପାଇଁ ମୋ ବାପା ୧୬ବର୍ଷ ଧରି କଷ୍ଟ ଭୋଗିଛନ୍ତି । ଆପଣ କହୁଥିବେ ମୁଁ ତ ସରକାରରେ ଥିଲି କାହିଁକି କିଛି କରିପାରିଲିନି? କାରଣ ମୁଁ ମୋ କ୍ଷମତାର କେବେ ଅପବ୍ୟବହାର କରିନାହିଁ । ମୋ ବାପାଙ୍କ ନାଁରେ ବିଜେଡି ୨୦୨୧ରେ ଯେଉଁ ଅଭିଯୋଗ ଆଣିଥିଲା ତାହା ସମ୍ପୂର୍ଣ୍ଣ ମିଛ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ବିଜେଡି ବୃଦ୍ଧ, ବୃଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ତୀର୍ଥ ଯାତ୍ରା କରିବାର ଯେଉଁ ଡିଣ୍ଡିମ ପିଟୁଛି, ତାହା କେବଳ ଲୋକଦେଖାଣିଆ ଓ ପ୍ରଚାର ସର୍ବସ୍ୱ । ବିଜେଡି ସରକାରରେ ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ନାହିଁ ।ବିଜେଡି ନିର୍ବାଚନ ପୂର୍ବରୁ କାମ କରେ ଓ ନିଜ ପାଇଁ ପ୍ରଶଂସା ସାଉଁଟେ । ମିଛ ପ୍ରଶଂସା ସାଉଁଟିକି ଓଡ଼ିଶାକୁ ହାଇଜାକ୍ କରିବାକୁ ଚାହୁଁଛନ୍ତି । ବିଜେଡି ମୋତେ କ୍ରିମାନାଲ ସଜାଇଦେଇଛି । ମୋ ନାଁରେ ଦୀର୍ଘ ୫ବର୍ଷ ଧରି ଏକ ପାଖିଆ ନ୍ୟୁଜ ଗଣମାଧ୍ୟମରେ ପ୍ରସାରଣ କଲେ । ମିଛ କେସ୍‌କୁ ଜାଣିଶୁଣି ଘୋଷଡା ଯାଉଛି । ସରକାରୀ କଳ, ବଳକୁ ବିଜେଡି ବହୁମାତ୍ରାରେ ଅପବ୍ୟବହାର କରୁଛି । ବିଜେଡିର ଯେଉଁ ନେତାଙ୍କ ପାଇଁ ମୁଁ ପରିଶ୍ରମ କରିଥିଲି ସେମାନେ ମୋତେ କେବେ ବି ମୋ ଅସୁବିଧାବେଳେ ସାହାଯ୍ୟର ହାତ ବଢ଼ାଇ ନାହାନ୍ତି । ମୋ ନାଁରେ ଜାମିନ ବିହୀନ ଓ୍‌ôାରେଂଟ ବାହାର କରି ବିଜେପ ପାଇଁ ପ୍ରଚାର ନକରାଇ ଦେବାର ଚକ୍ରାନ୍ତ ଓ ଷଡଯନ୍ତ୍ର କରିଥିଲା । ଓଡିଶାର ଜନତା ନିଷ୍ପତି ନେଇସାରିଲେଣି ଏଥର ପରିବର୍ତନ ନିଶ୍ଚିତ ହେବ । ବିଜେପି ସରକାରରେ ଓଡିଶାର ବିକାଶ ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ମୁଁ ଓଡ଼ିଆ, ମୋ ମାଟି ଓଡ଼ିଶା । ମୋ ମାଟି ଜଗନ୍ନାଥ ମାଟି । ଓଡ଼ିଶାର ସ୍ୱାଭିମାନକୁ କିଭଳି ରକ୍ଷା କରିବା, ବାହ୍ୟଶକ୍ତି ଆଗରେ ଓଡ଼ିଶାର ସ୍ୱାଭିମାନକୁ ଟେକି ଦେବା ନାହିଁ । ଆପଣଙ୍କ ଗୋଟିଏ ଗୋଟିଏ ଭୋଟରେ ସରକାର ଗଢ଼ିଥାନ୍ତି, ଗୋଟିଏ ଗୋଟିଏ ଭୋଟରେ ସରକାର ଭାଙ୍ଗନ୍ତି । ବିଜେଡିର କୁକର୍ମର ଜବାବ ଭୋଟ ଜରିଆରେ ଦେବା ପାଇଁ ଓଡ଼ିଶାବାସୀଙ୍କୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।

ବିଜେପି ଏଥର ଦେଶରେ ୪୦୦ପାର୍ ନିଶ୍ଚିତ କରିବ ଏବଂ ଓଡ଼ିଶାରେ ବିଜେପି ସରକାର ହେବ । ମୁଁ ଆସନ୍ତାକାଲିଠାରୁ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ପାଖରେ ପହଂଚିବି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *