another Youth dies while taking physical test for Home Guard post in Gajapati
ହୋମଗାର୍ଡ ପରୀକ୍ଷାରେ ଆଉ ଏକ ଅଘଟଣ ଘଟିଥିବା ସୂଚନା ମିଳିଛି । ଗଜପତିରେ ହୋମଗାର୍ଡ ପରୀକ୍ଷା ବେଳେ ଆଉ ଜଣେ ଆଶାୟୀଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ହେଲେ ରାୟଗଡ଼ ବ୍ଲକ ନାରାୟଣପୁର ଗାଁର ଦୀପକ ପାଡ଼ାଲ ।
 
ଶାରୀରିକ ପରୀକ୍ଷାରେ ଦୌଡ଼ିବା ବେଳେ ସେ ଅସୁସ୍ଥ ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
 
ପ୍ରକାଶଥାଉକି, ଆଜି ସକାଳେ ଆଉ ଜଣେ ହୋମଗାର୍ଡ ଆଶାୟୀ ସୁଲନ୍ତ ମିଶାଲ ପ୍ରାଣ ହରାଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପରିବାର ଲୋକଙ୍କ ପ୍ରତି ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *