କୋଭିଡ ମହାମାରୀର ପରେ ଏବେ ଚୀନରେ ଦେଖାଯାଇଛି ଆଉ ଏକ ନୂଆ ଭାଇରସ ଆତଙ୍କ । ଚୀନରେ ବ୍ୟାପୁଛି ହ୍ୟୁମନ ମେଟାନ୍ୟୁମୋ ଭାଇରସ ବା ଏଚଏମପିଭି । ଚୀନର କିଛି ସ୍ଥାନରେ ଜରୁରୀକାଳିନ ପରିସ୍ଥିତି ଦେଖିବାକୁ ମିଳିଛି । ପିଲାଠୁ ବୁଢା ସମସ୍ତଙ୍କୁ ଏହି ନୂଆ ଭାଇରସ ଆକ୍ରାନ୍ତ କରୁଛି । ଅଧିକ ସଂକ୍ରମିତ ହେଉଛନ୍ତି ୧୪ ବର୍ଷରୁ କମ୍‌ ବୟସର ଶିଶୁ । ଫଳରେ ଚୀନର ବିଭିନ୍ନ ମେଡିକାଲରେ ସଂକ୍ରମିତଙ୍କ ଭିଡ଼ । ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ ଓ ୧୭୦ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି ।

ଏଚଏମପିଭି ଭାଇରସର ଲକ୍ଷଣ ହେଉଛି ଥଣ୍ଡା, ଜ୍ବର ଓ କଫ । କୋରୋନା ଭଳି ଏଚଏମପିଭି ସଂକ୍ରମିତଙ୍କଠାରେ ଶ୍ବାସକ୍ରିୟା ଜନିତ ସମସ୍ୟା ଦେଖାଯାଉଛି । ଏହି ଭୂତାଣୁ ବିଶେଷଭାବେ ଛୋଟ ପିଲା, ବୟସ୍କ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା ଥିବା ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି । ସ୍କିନିଂ, ଡିଟେକ୍ସନ ଓ ଆଇସୋଲେସନ ପ୍ରୋଟକଲକୁ ଗୁରୁତ୍ବ ଦିଆଯାଉଛି । ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ମଧ୍ୟ ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ।

Leave a Reply

Your email address will not be published. Required fields are marked *