ବିଧାନସଭା ଗୃହରୁ ନିଲମ୍ବିତ ହେଲେ ଆଉ ୨ କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନାଙ୍କୁ ମଧ୍ୟ ନିଲମ୍ବିତ କଲେ ବାଚସ୍ପତି ସୁରମା ପାଢ଼ୀ । ୧୪ ଜଣ ବିଧାୟକଙ୍କ ମଧ୍ୟରୁ ସବୁ କଂଗ୍ରେସ ବିଧାୟକ ବିଧାନସଭାରୁ ହେଲେ ନିଲମ୍ବିତ। ଗୃହରୁ ୭ ଦିନ ପାଇଁ ନିଲମ୍ବିତ କଲେ ବାଚସ୍ପତି । ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ବାଚସ୍ପତିଙ୍କ ତାଗିଦ୍ ସତ୍ତ୍ବେ ଉଭୟ ବିଧାୟକ ଗୃହରେ ଘଣ୍ଟ ପିଟିଥିଲେ । ଗତକାଲି ୧୨ ଜଣ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିବା ବେଳେ ବର୍ତ୍ତମାନ ୨ ଜଣ ନିଲମ୍ବିତ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସ ପରେ ବିଜେଡି ପକ୍ଷରୁ ମଧ୍ୟ ହାଇଡ୍ରାମା କରାଯାଇଛି। ବିଧାନସଭା ବାହାରେ ହଙ୍ଗାମା । ଗେଟ ପାଖରେ ହାଇଡ୍ରାମା କଲେ ବିରୋଧୀ । ପୋଲିସ ବ୍ୟାରିକେଡ ଭାଙ୍ଗିଦେଲେ କଂଗ୍ରେସ ଓ ବିଜେଡି ବିଧାୟକ। ବିଧାନସଭା ପଶିବାକୁ ଉଦ୍ୟମ କଲେ କଂଗ୍ରେସ କର୍ମୀ । ବ୍ୟାରିକେଡ ନିକଟରେ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ ହୋଇଛନ୍ତି । Post navigation ଶପଥ ନେଲେ ହାଇକୋର୍ଟ ମୁଖ୍ୟ ବିଚାରପତି କଂଗ୍ରେସ ବିଧାୟକଙ୍କ ନିଲମ୍ବନ ଘଟଣା; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର