ପୁଣି ଭରତପୁର ଥାନା ନାଁରେ ସାଙ୍ଘାତିକ ଅଭିଯୋଗ । ଭରତପୁର ଥାନାର SI ହତ୍ୟାକୁ ଆତ୍ମହତ୍ୟା ବୋଲି ରିପୋର୍ଟରେ ଦର୍ଶାଇବାକୁ ଚାପ ପକାଉଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକ। ଆଜି ଭରତପୁର ଥାନା ପଣ୍ଡାକୁଦିଆ ଅଞ୍ଚଳରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । କାଲି ଶ୍ବଶୁର ଘରକୁ ଆସିଥିବା ବେଳେ ଆଜି ଝୁଲନ୍ତା ମୃତଦେହ ମିଳିଛି । ସ୍ବାମୀକୁ ମାରି ଟାଙ୍ଗି ଦିଆଯାଇଥିବା ପତ୍ନୀଙ୍କ ଅଭିଯୋଗ କରିଥିବା ବେଳେ ପୋଲିସ ନିଜ ଇଚ୍ଛାରେ FIR ଲେଖିବାକୁ ବାଧ୍ୟ କରିଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ । FIR ବଦଳାଇବାକୁ ଭରତପୁର ପୁଲିସର ଚାପ ପକାଇଥିବା କହିଛନ୍ତି ମୃତକଙ୍କ ପରିବାର ଲୋକ । ସୂଚନା ଯୋଗ୍ୟ; ଭରତପୁର ଥାନା ପଣ୍ଡାକୁଦିଆ ଅଞ୍ଚଳରୁ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଗତକାଲି ସେ ଶ୍ବଶୁର ଘରକୁ ଆସିଥିଲେ । ମୃତ ଯୁବକଙ୍କ ଘର ଯାଜପୁର ସୁଜନପୁର ଅଞ୍ଚଳର ଶିବ ପ୍ରସାଦ ବାରିକ ବୋଲି ଜଣାପଡିଛି । ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ଯୁବକଙ୍କୁ ମାରି ଟାଙ୍ଗି ଦିଆଯାଇଥିବା ଅଭିଯୋଗ ଆଣିଥିଲେ ପାରିବାର ଲୋକ। କିନ୍ତୁ ଭରତପୁର ଥାନାର SI ହତ୍ୟାକୁ ଆତ୍ମହତ୍ୟା ବୋଲି ରିପୋର୍ଟରେ ଦର୍ଶାଇବାକୁ ଚାପ ପକାଇଥିବ ଅଭିଯୋଗ ଏବେ ସମ୍ନାକୁ ଆସୁଛି। କେଉଁ କାରଣରୁ ପୋଲିସ ଏପରି କାର୍ଯ୍ୟ କରିଛନ୍ତି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାଟି ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । Post navigation ଉପରାଷ୍ଟ୍ରପତି ନିର୍ବାଚନ ଘଟଣା; ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ଆଦୌ ସମର୍ଥନ ଦେବୁନି: ମହେଶ ସାହୁ ଭୁବନେଶ୍ବର ଏମ୍ସରେ ସିବିଆଇ ଚଢ଼ାଉ