ସମ୍ବଲପୁରରେ ଖୋଲିବ ଓୟୁଏଟିର ଆଉ ଏକ କ୍ୟାମ୍ପସ୍ । ଖୁବଶୀଘ୍ର ଏହା ଆରମ୍ଭ ହେବ । ଏହି ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନସିଂହଦେଓ । ଓୟୁଏଟିର ୬୪ତମ ପ୍ରତିଷ୍ଠା ଦିବସ ଅବସରରେ ଯୋଗ ଦେଇ ସେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ସମ୍ବଲପୁରରେ ଖୁବଶୀଘ୍ର ଓୟୁଏଟିର ଆଉ ଏକ କ୍ୟାମ୍ପସ୍ ଖୋଲିବାକୁ ଯାଉଛି । ସେଠାକୁ ଖୁବଶୀଘ୍ର ଏକ ଟିମ୍‌ ଭିଜିଟ କରିବାକୁ ଯିବ ।

ସେହିପରି ବଲାଙ୍ଗିର ଓ ମୟୁରଭଞ୍ଜରେ ଖୋଲିବ କୃଷି ମହାବିଦ୍ୟାଳୟ । ସୋନପୁରରେ ମତ୍ସ୍ୟ ଓ ପଶୁ ସମ୍ପଦ କଲେଜ ହେବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

 

Leave a Reply

Your email address will not be published. Required fields are marked *