ଆସିଲା ସୁଭଦ୍ରାର ପଞ୍ଚମ କିସ୍ତି ଟଙ୍କା । ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇଲେ ହିତାଧିକାରୀ । ଏହାସହିତ ଆଜି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଛୁଇଁଲା ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ପଞ୍ଚମ ପର୍ଯ୍ୟାୟ ଟଙ୍କାରେ ଉପକୃତ ହୋଇଛନ୍ତି ମୋଟ ୨ ଲକ୍ଷ ୩୦ ହଜାର ଯୋଗ୍ୟ ହିତାଧିକାରୀ । ଏହାକୁ ମିଶେଇ ୫ଟି ପର୍ଯ୍ୟାୟରେ ପ୍ରାୟ ୧ କୋଟି ୨୦ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି । ଏହା ସହ ଅଙ୍ଗନବାଡି କର୍ମୀଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଟଙ୍କା ରିଲିଜ୍ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ସୂଚନା ଦେଇ କହିଛନ୍ତି ସୁଭଦ୍ରା ଯୋଜନା ଘରେ ଘରେ ପହଞ୍ଚାଇଥିବାରୁ ଅଙ୍ଗନବାଡି କର୍ମୀଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । ପ୍ରତି ଅଙ୍ଗନବାଡି କର୍ମୀଙ୍କୁ ୧୫ ଶହ ଓ ସହାୟକଙ୍କୁ ୫ ଶହ ଟଙ୍କା ମିଳିବ । ଏହା ସହ ସୁଭଦ୍ରା ଦୀପ ଜାଳିବାକୁ ଆହ୍ବାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ୭ ତାରିଖ ସନ୍ଧ୍ୟାରେ ଗୋଟିଏ ସୁଭଦ୍ରା, ଗୋଟିଏ ଦୀପ ଜାଳନ୍ତୁ । ଯାହା ଘରେ ଯେତେ ସୁଭଦ୍ରା ଅଛନ୍ତି, ସେତିକି ଦୀପ ଜାଳନ୍ତୁ । ସୁଭଦ୍ରା ହିତାଧିକାରୀ କୋଟିଏ ଟପିଥିବାରୁ, କୋଟିଏ ଦୀପ ଜାଳନ୍ତୁ । ଅନ୍ୟପଟେ ଆସନ୍ତା ୮ ତାରିଖ “ଅନ୍ତର୍ଜାତୀୟ ମହିଳା ଦିବସ” ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତିର ଟଙ୍କା ପ୍ରଦାନ କରାଯିବ । ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨ୟ କିସ୍ତି ଟଙ୍କା ପ୍ରଦାନ କରାଯିବ । କୌଣସି ବି ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ନାହିଁ । Post navigation ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା; କୋର୍ଟରେ ହାଜର ହେଲେ ଅଭିଯୁକ୍ତ ପୁଞ୍ଜିଲାଲା ମେହେର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ବାତିଲ ପ୍ରସଙ୍ଗ: ନୟାଗଡ଼ରେ ବିଜେଡିର ଜୋରଦାର ପ୍ରତିବାଦ