ତାମିଲନାଡୁ ରାଜ୍ୟ ବିଜେପି ସଭାପତି କେ. ଆନ୍ନାମଲାଇ ନିଜକୁ ନିଜେ ନିସ୍ତୁକ ପିଟି ଚାଲିଥିବା ଦୁଶ୍ୟ ଏବେ ସାମ୍ନାକୁ ଆସିଛି । ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ତାମିଲନାଡୁ ବିଜେପି ରାଜ୍ୟ ସଭାପତିଙ୍କ ଏହି ଭଳି ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । ଡିଏମକେ ସରକାରର ଚରମ ଅବହେଳାକୁ ବିରୋଧ କରି ନିଜ ଘର ସମ୍ମୁଖରେ ଆନ୍ନାମଲାଇ ନିଜୁକୁ ନିଜେ ଶାସ୍ତି ଦେଇଥିବା ସୂଚନା ମିଳିଛି। ଏହା ସହ ଯେ ପର୍ଯ୍ୟନ୍ତ ଡିଏମକେ ସରକାର ନ ହଟିଛି ସେ ଚପଲ ପିନ୍ଧିବେ ନାହିଁ ବୋଲି ଶପଥ ନେଇଛନ୍ତି ।

ବିଜେପି ସଭାପତି କହିଛନ୍ତି ଯଦି ତାମିଲ ପରମ୍ପରା ସମ୍ବନ୍ଧରେ ଜାଣିଥିବେ ତାହେଲେ ଆପଣ ବେଶ ଭଲଭାବରେ ଜାଣିପାରିବେ ନିଜକୁ ଚାବୁକ ମାରିବାର ଅର୍ଥ କଣ । ଆଜି ମୁଁ ମୋ ଘର ସମ୍ମୁଖରେ ପ୍ରତିବାଦ କରିବା ସହ ନିଜକୁ ୬ ଥର ଚାବୁକ୍ ମାରିବି। ଏବଂ ୪୮ ଦିନ ଉପବାସ କରିବି। ଏହି ପ୍ରତିବାଦ କୌଣସି ବ୍ୟକ୍ତି କି ସଂଗଠନ ବିରୋଧରେ ନୁହେଁ ବରଂ ରାଜ୍ୟରେ ଚାଲିଥିବା ଅନ୍ୟାୟ ବିରୋଧରେ ।

ସୂଚନା ଯୋଗ୍ୟ; ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ଦୁଷ୍କର୍ମକୁ ନେଇ ରାଜନୀତି ଜୋର ଧରିଛି । ଛାତ୍ରୀଙ୍କ ସମସ୍ତ ପରିଚୟ ସାର୍ବଜନୀନ ହେବା ନେଇ ପ୍ରତିବାଦ କରିଛି ବିଜେପି ।

Leave a Reply

Your email address will not be published. Required fields are marked *