ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଅଭିଯୋଗ ଘଟଣାରେ ସେନାବାହିନୀର ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ଯୁବତୀଙ୍କୁ ଗିରଫ କରାଯାଇଥିଲା । କାଲି ଶୁଣାଣି ଅସମାପ୍ତ ରଖି ଆଇଓଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଜି ମାମଲାର ଶୁଣାଣି କରି ମେଜରଙ୍କ ବାନ୍ଧବୀଙ୍କୁ ଜାମିନ ଦେଇଛନ୍ତି ଉଚ୍ଚ ନ୍ଯାୟାଳୟ ।

ଅନ୍ୟପଟେ ଭୁବନେଶ୍ୱର ଭରତପୁର ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବବ୍ୟବହାର ମାମଲାରେ କାର୍ଯ୍ୟନୁଷ୍ଠାନ। ବଦଳିଛନ୍ତି ଭରତପୁର ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ର ଓ ଅନ୍ୟ କର୍ମଚାରୀ। ଦିନକୃଷ୍ଣଙ୍କ ସମେତ ମହିଳା ଏଏସାଇ ସଲିଳମୟୀ ସାହୁ ଓ ଜଣେ କନେଷ୍ଟବଳ ବଳରାମ ହାଁସଦାଙ୍କୁ ମଧ୍ୟ ବଦଳି କରାଯାଇଛି। ଭରତପୁର ଥାନା ଅଧିକାରୀ ଓ ମହିଳା ଏଏସଆଇଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ବଦଳି ହୋଇଛି। ସେହିପରି ଦୀପକ ଖଣ୍ଡାୟତରାୟଙ୍କୁ ଭରତପୁର ଥାନାର ନୂଆ ଆଇଆଇସି ଭାବରେ ନିଯୁକ୍ତି ମିଳିଛି।

Leave a Reply

Your email address will not be published. Required fields are marked *