କୋଟିଆକୁ ପ୍ରବେଶ କଲେ ବନ୍ଧା ହେବେ ଆନ୍ଧ୍ର ଅଧିକାରୀ । ଏ ନେଇ ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।କୋଟିଆକୁ ନେଇ ଉଚ୍ଚସ୍ତରୀୟ ବୈଠକ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଆନ୍ଧ୍ରର ଲୋକ କୋଟିଆକୁ ବୁଲିବାକୁ ଆସି ପାରିବେ ।କିନ୍ତୁ କୋଟିଆବାସୀଙ୍କୁ ପ୍ରଲୋଭିତ କଲେ କି ଲିଫ୍ଲେଟ ବାଣ୍ଟିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜସ୍ୱ ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଓଡ଼ିଶା କୋଟିଆର ମାଆ, ଆନ୍ଧ୍ର ହେଉଛି ମାଉସୀ। ମାଆ ବଞ୍ଚିଥିବା ପର୍ଯ୍ୟନ୍ତ ମାଉସୀର ଆବଶ୍ୟକ ନାହିଁ। ଆମ ସରକାର ପାଇଁ ଭୁବନେଶ୍ବର ଯେତିକି ଗୁରୁତ୍ୱପୂର୍ଣ୍ଣ କୋଟିଆ ସେତିକି ଗୁରିତ୍ବପୂର୍ଣ୍ଣ। ବିକଶିତ କୋଟିଆ ନିର୍ମାଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା ନିର୍ମାଣ ଓ ଟେଲି ଯୋଗାଯୋଗ ପାଇଁ ଟାୱାର ନିର୍ମାଣ ମଧ୍ୟ କରାଯିବ। ପର୍ଯ୍ୟଟନର ବିକାଶ ପାଇଁ ରୋଡ଼ ମ୍ୟାପ ହୋଇଛି । Post navigation No PUCC, No Petrol: ଫେବ୍ରୁଆରୀ ପହିଲାକୁ ଘୁଞ୍ଚିଲା ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିଷ୍ପତ୍ତି Odisha’s New Chief Secretary Anu Garg: ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ