ଦୀର୍ଘ ୧୫ ଦିନ ଧରି ଜାରି ରହିଥିବା ଆନ୍ଦୋଳନକୁ ସ୍ଥଗିତ ରଖିଲା ଅମଲା ସଂଘ । ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଏ ନେଇ ସୂଚନା ଦେଇଛନ୍ତି ଅମଲା ସଂଘ ସଭାପତି ତ୍ରିପତି ବାଲାଜୀ । ସେ କହିଛନ୍ତି ସରକାରଙ୍କ ପ୍ରତିଶ୍ରୁତି ପରେ ଅମଲା ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଏଥିସହ ବନ୍ୟା ସ୍ଥିତି ଓ ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଆଜିଠୁ କାର୍ଯ୍ୟରେ ଯୋଗଦେବେ ଅମଲା କର୍ମଚାରୀ ।

ସୂଚନା ଯୋଗ୍ୟ; ବିଭିନ୍ନ ଦାବି ନେଇ ଗତ ୧୫ ଦିନ ହେବ ଅମଲା କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଥିଲେ । କ୍ୟାଡର ପୁନର୍ଗଠନ ତାଙ୍କର ପ୍ରମୁଖ ଦାବି ରହିଥିଲା । ଫଳରେ ଜମିଜମା କାମ ପାଇଁ ଆସୁଥିବା ଲୋକଙ୍କ ପାଇଁ ନାହିଁନଥିବା ସମସ୍ୟା ହେଉଥିଲା। ବାଧ୍ୟ ହାଇ କାର୍ଯ୍ୟାନୁଷ୍ଠାନ ନେବାକୁ ତାଗିଦ୍ କରିଥିଲା ରାଜସ୍ବ ଓ ବୀପର୍ଯ୍ୟନ ପରିଚାଳନା ବିଭାଗ । ଗତ ୧୨ ତାରିଖରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ସମୂହ ଛୁଟିରେ ଯାଇଥିବା କର୍ମଚାରୀଙ୍କ ଅନୁପସ୍ଥିତ ଦିନର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *