କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ସିଭିଲ ହସ୍ପିଟାଲରେ ପହଞ୍ଚି ଆହତ ମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଅପଡେଟ ନେଇଛନ୍ତି । ଦୁର୍ଘଟଣାସ୍ଥଳ ପରିଦର୍ଶନ ପରେ ଅମିତ ଶାହ କହିଛନ୍ତି ଯେ ବିମାନରେ ୧.୨୫ ଲକ୍ଷ ଲିଟର ଇନ୍ଧନ ଥିଲା । ଅଧିକ ତାପମାତ୍ରା ଯୋଗୁଁ କାହାକୁ ବଞ୍ଚାଇବା ସମ୍ଭବ ହେଲା ନାହିଁ । ଜଣେ ମାତ୍ର ଜୀବିତ ଅଛନ୍ତି ବୋଲି ସେ କହିଛନ୍ତି । ଡିଏନ୍ଏ ଟେଷ୍ଟ ଓ ପରିଚୟ ପରେ ମୃତ୍ୟୁସଂଖ୍ୟା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।ମୃତକଙ୍କ ସଂପର୍କୀୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି ବୋଲି ଅମିତ ଶାହ କହିଛନ୍ତି । Post navigation ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ଦେବ ଟାଟା ଗୃପ୍ ବିମାନ ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦୀ