ବିପର୍ଯ୍ଯୟ ମୁକାବିଲାରେ ନବୀନଙ୍କ ନୀତିକୁ ରାଜ୍ଯସଭାରେ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ୱାଏନାଡ଼ ଭୂସ୍ଖଳନ ପ୍ରସଙ୍ଗରେ ରାଜ୍ଯସଭାରେ ବିରୋଧୀ ଦଳ ଆଗୁଆ ସୂଚନା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହାର ଉତ୍ତରରେ ୱାୟନାଡ଼ ଭୂସ୍ଖଳନ ପ୍ରସଙ୍ଗରେ ବିବୃତ୍ତିରେ ନବୀନଙ୍କୁ ପ୍ରଶଂସା କରିଛନ୍ତି ଶାହା ।

ସେ କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଓଡ଼ିଶା ୧ନଂ ରାଜ୍ୟ। ବିପର୍ଯ୍ଯୟର ୭ ଦିନ ପୂର୍ବରୁ ଓଡ଼ିଶାକୁ ଦିଆଯାଇଥିଲା ସୂଚନା । ରାଜ୍ଯ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ଓଡ଼ିଶାକୁ ମିଳିଥିଲା ସଫଳତା । ନବୀନଙ୍କ ଜିରୋ କାଜୁଆଲଟି ନୀତି ହିଁ ବିପର୍ଯ୍ଯୟ ମୁକାବିଲାରେ ବଡ଼ ସଫଳତା ଆଣିଥିଲା । ମାତ୍ର ଭୁଲରେ ଜଣେ ବ୍ଯକ୍ତିଙ୍କର ମୃତ୍ଯୁ ହୋଇଥିଲା।

Leave a Reply

Your email address will not be published. Required fields are marked *