amit-shah-attends-rising-day-of-cisf-in-cuttack
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କଟକ ମୁଣ୍ଡଳି CISF କ୍ୟାମ୍ପ୍‌ରେ ଆୟୋଜିତ CISFର ୫୭ତମ ପ୍ରତିଷ୍ଠା ଦିବସ ଉତ୍ସବରେ ସାମିଲ୍ ହୋଇଛନ୍ତି । ପରେଡ୍‌ରେ ଅଭିବାଦନ ଗ୍ରହଣ କରି ସେ CISFକୁ ପ୍ରଶଂସା କରିଛନ୍ତି ।
 
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ୨୦୪୭ ବିକଶିତ ଭାରତ ପାଇଁ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ । ସେ ସହିଦ ରାଜଗୁରୁ, ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ ଏବଂ ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କୁ ସ୍ମରଣ କରିଛନ୍ତି ।
 
ସେ କହିଛନ୍ତି ଯେ ୭୦ ବିମାନ ବନ୍ଦର ସହ ୩୬୧ଟି ପ୍ରମୁଖ ସଂସ୍ଥାନକୁ CISF ସୁରକ୍ଷା ଦେଉଛି । ଏବେ ବନ୍ଦରକୁ ବି CISF ଯବାନ ସୁରକ୍ଷା ଯୋଗାଇବେ ।
 
ମାର୍ଚ୍ଚ ୩୧ରେ ଦେଶ ନକ୍ସଲବାଦରୁ ମୁକ୍ତ ହେବ ବୋଲି ଅମିତ ଶାହ କହିଛନ୍ତି । ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ଯୋଗୁଁ ନକ୍ସଲବାଦ ସଫା ହୋଇଯିବ ବୋଲି । ମାଓବାଦୀଙ୍କ ତିରୁପତିରୁ ପଶୁପତି ରେଡ୍ କରିଡର୍ ସ୍ୱପ୍ନ ଧୂଳିସାତ ହେବ ବୋଲି ସେ କହିଛନ୍ତି । ନକ୍ସଲବାଦର ମୂଳୋତ୍ପାଟନ ପାଇଁ CISFଙ୍କ ଭୂମିକା ବି ଗୁରୁତ୍ବପୂର୍ଣ୍ଣ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ।
 
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଶାହଙ୍କୁ ସ୍ୱାଗତ ଜଣାଇଥିଲେ । କଟକ, ଭୁବନେଶ୍ବର, ପାରାଦୀପରେ ଶାହଙ୍କର ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି ।

By Nirvay

Leave a Reply

Your email address will not be published. Required fields are marked *