ଆମ ଓଡ଼ିଶା ନବୀନ ଓଡ଼ିଶାରେ ମିଳିଥିବା ଅନୁଦାନ ହେରଫେର ହୋଇଥିବା ବେଳେ ଏହାର ତଦନ୍ତ ପାଇଁ ମୋହନ ସରକାର ତତ୍ପରତା ଦେଖାଇଥିଲେ। ସରକାର ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ଼ କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଥିଲେ।

ତେବେ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିଥିବା ବେଳେ ଆଜି ଗୃହରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ନାଏକଙ୍କୁ ପ୍ରଶ୍ନ କରିଥିଲେ। ପ୍ରଶ୍ନ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ଆମ ଓଡ଼ିଶା ନବୀନ ଓଡ଼ିଶା କାମ ଆରମ୍ଭ ହେବ। ଆମ ଓଡ଼ିଶା ନବୀନ ଓଡ଼ିଶାରେ ୩୪୫୭ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ୩୦ରୁ ୪୦ ପ୍ରତିଶତ କାମ ସମ୍ପୂର୍ଣ ହୋଇଥିବା ବେଳେ ପେମେଣ୍ଟ ମଧ୍ୟ କରାଯାଇଛି। ପରିକ୍ରମା ପ୍ରକଳ୍ପ, ଅର୍ପଣ ଚାଉଳ, କ୍ରୀଡ଼ା ବିକାଶରେ ମଧ୍ୟ ଅର୍ଥ ଖର୍ଚ୍ଚ ହୋଇଛି। ସବୁ ଦିଗକୁ ତର୍ଜମା କରାଯାଉଛି। ଯେଉଁ ସଂସ୍ଥା କାମ କରିଛି ତାକୁ ପାରିଶ୍ରମିକ ଦିଆଯିବ। ଖୁବଶୀଘ୍ର ଦାଦନମୁକ୍ତ ଯୋଜନା ଆଣିବାକୁ ଯାଉଛୁ ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *