ବଦଳିବ ପୂର୍ବ ସରକାରର ବହୁ ଚର୍ଚ୍ଚିତ ଯୋଜନା ‘ଆମ ଓଡିଶା, ନବୀନ ଓଡିଶା ନା। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି ୨ ଦିନରେ ଗାଇଡ୍‌ଲାଇନ୍ ଆଣୁଛନ୍ତି ସରକାର । ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ, ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ମିଳିବ । ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁର ବିକାଶ ହେବ ।

ସୂଚନା ଯୋଗ୍ୟ; ଅକ୍ଟୋବର ୨୩ ତାରିଖରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନା ଆରମ୍ଭ ହେବା ପରେ ସେଥିରେ ସ୍ପଷ୍ଟ କରାଯାଇଥିଲା ଯେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଫଳରେ ସ୍ଥାନୀୟ ପଞ୍ଚାୟତର ସାଂସ୍କୃତିକ ଓ ପାରମ୍ପରିକ ଭିତ୍ତିଭୂମିର ବିକାଶ କରାଯିବ। ତାହା ମଧ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର କରିବା, ଭାଗବତ ଟୁଙ୍ଗିର ପୁନରୁଦ୍ଧାର କରିବା, ସଭାଗୃହ କରିବା ଆଦି କାମ ଅନ୍ତର୍ଭୁକ୍ତ ଥିଲା।

Leave a Reply

Your email address will not be published. Required fields are marked *