ହାଇଦ୍ରାବାଦ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରୁ ମୁକୁଳିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଗତକାଲି ତାଙ୍କୁ ତେଲେଙ୍ଗାନା ହାଇକୋର୍ଟ ରୁ ଜାମିନ ମିଳିଥିଲା । ଆଜି ସକାଳ ସମୟରେ ହାଇଦ୍ରାବାଦ ସେଣ୍ଟ୍ରାଲ ଜିଲ୍ଲାରୁ ମୁକ୍ତ କରାଯାଇଛି । ଅଲୁ ଅର୍ଜୁନଙ୍କୁ ଅନ୍ତରୀଣ ବେଲ ମିଳିବା ପରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ହୋଇଯାଇଥିଲେ । ଜେଲରୁ ମୁକୁଳିବା ପରେ ଅଲୁ ନିଜ ଘରକୁ ଫେରିଥିଲେ ।

ଘରେ ପହଞ୍ଚିବା ପରେ ସେ ତାଙ୍କର ଫ୍ୟାନ୍ସ ମାନଙ୍କୁ ତାଙ୍କୁ ସପୋର୍ଟ କରିଥିବାରୁ ଧନବାଦ ଜଣାଇ ଅଲ୍ଲୁ ଅର୍ଜୁନ କହିଛନ୍ତି ଚିନ୍ତା କରିବାର କୌଣସି କଥା ନାହିଁ । ମୁଁ ଠିକ ଅଛି । ମୁଁ ଆଇନ ଉପରେ ବିଶ୍ବାସ ରଖିଛି । ଅଦାଲତରେ ଏହି କେସର ବିଚାର ଚାଲିଛି ମୁଁ ମଝିରେ ଏ ବିଷୟରେ କିଛି କହିବି ନାହିଁ । ମୁଁ ଆଇନକୁ ମାନି ଚଳିବା ଏକ ନାଗରିକ । ମୁଁ ପୋଲିସଙ୍କୁ ସହଯୋଗ କରିବି । ସମସ୍ତଙ୍କ ପ୍ରେମ ଓ ସପୋର୍ଟ ପାଇଁ ବହୁତ ବହୁତ ଧନବାଦ ଜଣାଉଛି । ମୁଁ ଆଜି ଆପଣମାନଙ୍କ ଭଲ ପାଇବା ଯୋଗୁଁ ଏହି ଜାଗାରେ ପହଞ୍ଚି ପାରିଛି ।

ଏହା ସହ ଅଲ୍ଲୁ ଅର୍ଜୁନ ପୀଡିତ ପରିବାରଙ୍କ ପ୍ରତି ଦୁଃଖ ପ୍ରକାଶ କରି କହିଛନ୍ତି ଯେଉଁ ମହିଳାଙ୍କ ଜୀବନ ଚାଲି ଯାଇଥିଲା ସେହି ପରିବାରକୁ ଅଲୁ ସମବେଦନା ଜଣାଇଥିଲେ । ଏହା ଏକ ଦୁର୍ଭାଗପୁର୍ଣ୍ଣ ଘଟଣା ଥିଲା । ଏହା ସହ ମୃତକଙ୍କ ପରିବାରକୁ ଯଥା ସମ୍ଭବ ସହାୟତା ଦେବା ପାଇଁ ଉପସ୍ଥିତ ରହିବି ଏହା ସହ ଏଭଳି କଠିନ ସମୟରେ ମୋ ଦ୍ବାରା ଯାହା ସମ୍ଭବ ତାହା ନିଶ୍ଚୟ ସହାୟତା କରିବି। ୨୦ ବର୍ଷ ହେବ ଫିଲ୍ମ ଦେଖିବାକୁ ଯାଉଛି, ପୂର୍ବରୁ ଏପରି ହୋଇ ନ ଥିଲା ।

Leave a Reply

Your email address will not be published. Required fields are marked *