ତେଲୁଗୁ ଦେଶମ ପାର୍ଟି ଗୁରୁବାର ଅଭିଯୋଗ ଆଣିଛି ଯେ, ଗୁଜରାଟର ଏକ ପଶୁସମ୍ପଦ ପରୀକ୍ଷାଗାର ବିଶ୍ୱ ପ୍ରସିଦ୍ଧ ତିରୁପତି ଲଡୁ ପ୍ରସ୍ତୁତିରେ ବ୍ୟବହୃତ ଘିଅରେ ଗୋମାଂସ, ଘୁଷୁରୀ ଚର୍ବି ସମ୍ବନ୍ଧୀୟ ସାମଗ୍ରୀ ଏବଂ ମାଛ ତେଲ ମିଶୁଥିବା ଅଭିଯୋଗ କରିଛି। ଲ୍ୟାବ୍‌ ଟେଷ୍ଟ ରିପୋର୍ଟରୁ ଏ ନେଇ ସ୍ପଷ୍ଟ ହୋଇଥିବା ଟିଡିପି ଅଭିଯୋଗ କରିଛି। ଟିଡିପି ମୁଖପାତ୍ର ଅନାମ ଭେଙ୍କଟ ରମଣ ରେଡ୍ଡୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଲ୍ୟାବ୍ ରିପୋର୍ଟ ପ୍ରଦର୍ଶନ କରିଛନ୍ତି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଗୁରୁବାର ଏନଡିଏର ବିଧାୟକ ଦଳ ବୈଠକରେ ଅଭିଯୋଗ କରିଥିଲେ ଯେ, ପୂର୍ବ ୱାଇଏସଆରସିପି ସରକାର ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ଅର୍ପଣ କରାଯାଉଥିବା ପ୍ରସିଦ୍ଧ ତିରୁପତି ଲଡୁ ପ୍ରସ୍ତୁତିରେ ପଶୁ ଚର୍ବି ମାଛ ତେଲ ସମେତ ଅନ୍ୟାନ୍ୟ ନିମ୍ନମାନର ଉପାଦାନ ବ୍ୟବହାର କରିଥିଲେ। ଏପରିକି ତିରୁମାଲା ଲଡୁକୁ ମଧ୍ୟ ନିମ୍ନମାନର ଉପାଦାନରେ ତିଆରି କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି। ସେମାନେ ଘିଅ ପରିବର୍ତ୍ତେ ପଶୁ ଚର୍ବି ବ୍ୟବହାର କରୁଥିବା କହିଥିଲେ।

ଜବାବରେ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ୱାଇଏସଆର କଂଗ୍ରେସ ପାର୍ଟି (ୱାଇଏସଆରସିପି) ଚନ୍ଦ୍ରବାବୁ ନାଇଡୁଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛି। ୱାଇଏସଆରସିପିର ବରିଷ୍ଠ ନେତା ୱାଇଭି ସୁବ୍ବା ରେଡ୍ଡୀ ନାଇଡୁଙ୍କ ବୟାନକୁ “ଦୁର୍ଭାଗ୍ୟଜନକ” ବୋଲି କହିଛନ୍ତି ଏବଂ ଟିଡିପି ନେତା “ରାଜନୈତିକ ଫାଇଦା ପାଇଁ ଯେକୌଣସି ସ୍ତରକୁ ଖସି ଆସିଛନ୍ତି” ବୋଲି ଅଭିଯୋଗ କରିଛନ୍ତି। ତିରୁମାଲା ପ୍ରସାଦମ୍ ବିଷୟରେ ନାଇଡୁଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ନାଇଡୁ କହିଛନ୍ତି।

ଏଭଳି ଅଭିଯୋଗ ନେଇ ତିରୁମାଲା ତିରୁପତି ଦେବସ୍ଥାନମର ପ୍ରତିକ୍ରିୟା ମିଳିପାରିନି।

Leave a Reply

Your email address will not be published. Required fields are marked *