ଦିନକୁ ଦିନ ଘନେଇବାରେ ଲାଗିଛି ଏଏସ୍ଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ବିବାଦ । ରାଜ୍ଯପାଳଙ୍କ ପୁଅଙ୍କ ଦ୍ବାରା ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବିରେ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟପାଳଙ୍କ ପୁଅ କାର୍ଯାନୁଷ୍ଠାନ ଦାବି କରିଛି ବିଜେଡି। ଏହି ବିକ୍ଷୋଭରେ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଯଦି ରାଜ୍ୟପାଳଙ୍କ ପୁଅ ଉପରେ ଯଥା ଶୀଘ୍ର କୌଣସି କାର୍ଯ୍ୟନୁଷ୍ଠାନ ନିଆ ନଯାଏ ତାହାଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛି ବିଜେଡି । ଏହା ଛଡା ଓଡ଼ିଆ ସରକାରୀ କର୍ମଚାରୀଙ୍କୁ ଜଣେ ଅଣ ଓଡ଼ିଆ ମାଡ ମାରିବା ଏବଂ ପୀଡ଼ିତଙ୍କୁ ନ୍ୟାୟ ନମିଳିବା ଓଡ଼ିଆ ଅସ୍ମିତା ପ୍ରତି ବିପଦ ବୋଲି ଦଳ କହିଛି। ଦଳ ଆଉ ମଧ୍ୟ କହିଛି ଓଡ଼ିଆ ଅସ୍ମିତାର କଥା କହୁଥିବା ମୋହନ ସରକାର, ଅଭିଯୁକ୍ତଙ୍କୁ ଦେଉଛନ୍ତି ସୁରକ୍ଷା । Post navigation ଯାଜପୁରର ବିଭିନ୍ନ ଖଣି ଖାଦାନ ଉପରେ ରାଜ୍ୟ ଖଣି ବିଭାଗର ଚଢ଼ାଉ ଶନିବାର ୧୨ଟା ସୁଦ୍ଧା ପ୍ରକାଶ ପାଇବ ନିଟ୍-ୟୁଜି ରେଜଲ୍ଟ